ଫୋନପେ ଚାଲୁ କରିଛି ବାର୍ଷିକ ₹59ରୁ ଆରମ୍ଭ ହେଉଥିବା ସୁଲଭ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା

34
  • ₹1 ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ସହ ସମ୍ବାହକଜନିତ 10ରୁ ଉର୍ଦ୍ଧ୍ବ ରୋଗ ପାଇଁ ସାରା ବର୍ଷର ସାମଗ୍ରିକ କଭରେଜ

      ଫୋନପେ ଆଜି ତା’ର ପ୍ଲାଟଫର୍ମରେ ଏକ ନୂତନ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା ଯୋଜନା ଚାଲୁ କରିବାକୁ ଘୋଷଣା କରିଛି ଯାହା ବାର୍ଷିକ ମାତ୍ର ₹59ରୁ ଆରମ୍ଭ ହେଉଛି। ଏହି ସୁଲଭ ସ୍ୱାସ୍ଥ୍ୟ କଭରେଜ ପ୍ଲାନ ସମ୍ବାହକ ଏବଂ ବାୟୁ ଦ୍ଵାରା ହେଉଥିବା ରୋଗ ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚ ପାଇଁ ₹1 ଲକ୍ଷ ପର୍ଯ୍ୟନ୍ତ ସାରା ବର୍ଷର ସାମଗ୍ରିକ କଭରେଜ ପ୍ରଦାନ କରିଥାଏ। ଏହି ବୀମା କଭରେଜ ୟୁଜରମାନଙ୍କୁ ବିଶେଷକରି ଟାୟାର 2 ଏବଂ ଟାୟାର 3 ସହରରେ ଏହିପରି ରୋଗ ହେତୁ ଆବଶ୍ୟକ ହେଉଥିବା ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ ପାଇଁ ବର୍ଷସାରା ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ।

ଏହି ବୀମା ଯୋଜନାରେ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଫାଇଲେରିଆ, ଜାପାନିଜ ଏନସେଫାଲାଇଟିସ, ସ୍ୱାଇନ୍ ଫ୍ଲୁ, ବାର୍ଡ ଫ୍ଲୁ, ଟାଇଫଏଡ, ଫୁସଫୁସ ଯକ୍ଷ୍ମା ଏବଂ ମେନିଞ୍ଜାଇଟିସ ସମେତ 10ରୁ ଉର୍ଦ୍ଧ୍ବ ସମ୍ବାହକ ଏବଂ ବାୟୁ ଦ୍ଵାରା ହେଉଥିବା ରୋଗର ଚିକିତ୍ସା ପାଇଁ ଫୋନପେ ୟୁଜରମାନଙ୍କୁ ସାମଗ୍ରିକ କଭରେଜ ପ୍ରଦାନ କରେ। ଏହି କଭରେଜ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି, ନିଦାନ ଏବଂ ଆଇସିୟୁରେ ରହଣିକୁ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟାନ୍ୟ ଋତୁକାଳୀନ ଯୋଜନାଗୁଡ଼ିକର ବିପରୀତରେ ଏହି ଯୋଜନାରେ କଭରେଜ କେବଳ ଗୋଟିଏ ମୌସୁମୀ ଋତୁ ମଧ୍ୟରେ ସୀମିତ ନୁହେଁ। ଏହା ବର୍ଷବ୍ୟାପୀ ମିଳିଥାଏ ଏବଂ ସୁନିଶ୍ଚିତ କରେ ଯେପରି ଫୋନପେ ୟୁଜରମାନେ ବର୍ଷସାରା ସୁରକ୍ଷା ଏବଂ ନିରନ୍ତର କଭରେଜ ପାଇପାରିବେ। ଏହା ସହିତ ୟୁଜରମାନେ ଫୋନପେ ଆପ ମାଧ୍ୟମରେ 100% ଡିଜିଟାଲ ଦାବି ପ୍ରକ୍ରିୟାରେ ତୁରନ୍ତ ବୀମା କ୍ରୟ, ପରିଚାଳନା ଏବଂ ଦାବି ଉପସ୍ଥାପନ କରିପାରିବେ ଯାହା ଦ୍ରୁତ ସେଟେଲମେଣ୍ଟ ଏବଂ ଏକ ନିରବଛିନ୍ନ ୟୁଜର ଅଭିଜ୍ଞତାକୁ ସୁନିଶ୍ଚିତ କରିବ। ଏପରିକି କର୍ପୋରେଟ ସ୍ୱାସ୍ଥ୍ୟ ବୀମାର ସୁଯୋଗ ଲାଭ କରିଥିବା ବୃତ୍ତିଗତ କାର୍ଯ୍ୟନିର୍ବାହୀମାନେ ମଧ୍ୟ ଏହି କଭରେଜକୁ ଚୟନ କରିପାରିବେ କାରଣ ଏହା ସ୍ୱାସ୍ଥ୍ୟ ବିଶେଷ ବିପଦ ପାଇଁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିଥାଏ।

ଏହି ଯୋଜନାର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇ ଫୋନପେ ଇନସ୍ୟୁରାନ୍ସ ବ୍ରୋକିଂ ସର୍ଭିସର ସିଇଓ ବିଶାଲ ଗୁପ୍ତା କହିଛନ୍ତି, “ଫୋନପେ’ରେ ଆମେ ବୀମାକୁ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଉତ୍ପାଦର ଶୁଭାରମ୍ଭ ହେଉଛି ଆମର ୟୁଜରମାନଙ୍କୁ ବର୍ଷସାରା ସାମଗ୍ରିକ କଭରେଜ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧତାର ଏକ ପ୍ରମାଣ। ଏହା ମାଧ୍ୟମରେ ଗୁଣାତ୍ମକ ଚିକିତ୍ସା କ୍ଷେତ୍ରରେ ଥିବା ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା ସହିତ ସ୍ାସ୍ଥ୍ୟ ପ୍ରତି ଥିବା ବିପଦକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଉଦ୍ଦେଶ୍ୟରେ ଆମେ ଆମର ୟୁଜରମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ଆମର ଲକ୍ଷ୍ୟ ହେଉଛି ଡିଜିଟାଲ ବିତରଣରେ ଆମର ପାରଦର୍ଶିତାକୁ ବ୍ୟବହାର କରି ସମଗ୍ର ଦେଶରେ  ବୀମା କରିବାକୁ ସୁଯୋଗ ପାଇନଥିବା ଲୋକଙ୍କ ପାଇଁ ସୁନିର୍ଦ୍ଦିଷ୍ଟ ବୀମା ଉତ୍ପାଦ ପ୍ରଦାନ କରିବା ଯାହା ଫଳରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ମାନସିକ ଶାନ୍ତିକୁ ସୁନିଶ୍ଚିତ କରାଯାଇପାରିବ।

ୟୁଜରମାନେ କିପରି ଫୋନପେ ଆପରେ ବୀମା କଭରେଜ ପାଇପାରିବେ, ତାହା ଏଠାରେ ଦିଆଯାଇଛି:

  1. ଫୋନପେ ଆପରେ ଥିବା ଇନସ୍ୟୁରାନ୍ସ ବିଭାଗକୁ ଯାଆନ୍ତୁ ଏବଂ ହୋମପେଜରୁ ‘ଡେଙ୍ଗୁ ଓ ମ୍ୟାଲେରିଆ’ ବୀମାକୁ ସିଲେକ୍ଟ କରନ୍ତୁ।
    A screenshot of a phone

Description automatically generated
  2. ବୀମା ରାଶି ଏବଂ ପ୍ରିମିୟମ ବିକଳ୍ପଗୁଡ଼ିକ ସମେତ ପ୍ଲାନ ବିବରଣୀର ସମୀକ୍ଷା କରନ୍ତୁ।
    A screenshot of a medical form

Description automatically generated
  3. ବୀମାକାରୀଙ୍କ ସୂଚନା ଏବଂ ପ୍ଲାନରେ ଉପଲବ୍ଧ ସୁବିଧାଗୁଡ଼ିକର ସବିଶେଷ ବିବରଣୀ ଦେଖନ୍ତୁ।
  4. A screenshot of a phone

Description automatically generated

  5. ପଲିସିଧାରୀଙ୍କ ବିବରଣୀ ପୂରଣ କରନ୍ତୁ ଏବଂ ଅଳ୍ପ କେତୋଟି ମିନିଟ ମଧ୍ୟରେ ପେମେଣ୍ଟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରନ୍ତୁ।
    A screenshot of a phone

Description automatically generated

Comments are closed, but trackbacks and pingbacks are open.