ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କେବଳ ସାଧାରଣ ରୋଗ ପାଇଁ ହିଁ ଫାର୍ମାସିଷ୍ଟମାନେ ଔଷଧ ଦେଇପାରିବେ ।
ଏନେଇ ବିଭାଗ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଫାର୍ମସିଷ୍ଟମାନେ କେବଳ ଜ୍ୱର, ମ୍ୟାଲେରିଆ, ଚର୍ମ ରୋଗ, ଝାଡ଼ାବାନ୍ତି, କୃମି ସମସ୍ୟା ତଥା ସାମାନ୍ୟ ଆହତ ହୋଇଥିବା ରୋଗୀମାନଙ୍କୁ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।