ଲୋକମାନେ ସଚେତନ ନ ହେଲେ ପୁଣି ବିପଦ ଫେରିବ ବୋଲି କଡ଼ା ଚେତାବନୀ

0 753

ଡି.ଏମ୍‍.ଇ.ଟି. ଡକ୍ଟର ସି.ବି.କେ. ମହାନ୍ତି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତେବେ ଦୈନିକ ସଂକ୍ରମଣ ହ୍ରାସ
ପାଉଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ଆଗକୁ କମିବ । ସେ କହିଛନ୍ତି, ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି
ପାଉଥିଲା । ତେବେ ଲୋକମାନେ ସଚେତନ ନ ହେଲେ ପୁଣି ବିପଦ ଫେରିବ ବୋଲି ସେ କଡ଼ା ଚେତାବନୀ ଦେଇଛନ୍ତି । ଡକ୍ଟର ମହାନ୍ତି
କହିଛନ୍ତି, ଲକ୍‍ଡାଉନ୍‍ ଯୋଗୁଁ ଗରିବ ଲୋକ ଅସୁବିଧା ଭୋଗୁଛନ୍ତି । ସେଥିପାଇଁ ପରିସ୍ଥିତି ଦେଖି ଅନ୍‍ଲକ୍‍ ପ୍ରକ୍ରିୟା ଲାଗୁନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ୪ଦିନ ଧରି ୧ ଲକ୍ଷ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧ ହଜାର ୭୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୩୨ରେ ପହଞ୍ଚିଛି । ସେହିପରି ଗତ ୨୯ ଦିନ ଧରି କ୍ରମାଗତ ଭାବେ ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମିତଙ୍କଠାରୁ ଅଧିକ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୪ ହଜାର ୫୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆରୋଗ୍ୟ ହାର ୯୪
ଦଶମିକ ୯/୩ ପ୍ରତିଶତକୁ ବୃଦ୍ଧି ପାଇଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୬୭୧ ରହିଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଆଉ ୩ ହଜାର ୪୦୩ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଫଳରେ କରୋନା ଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୩ଲକ୍ଷ ୬୩ ହଜାର ୭୯ରେ ପହଞ୍ଚିଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୧ ଦଶମିକ ୨/୪ ପ୍ରତିଶତ ରହିଛି ।

ଦେଶବ୍ୟାପୀ ଚାଲୁଥିବା ସର୍ବବୃହତ୍‍ ଟିକାକରଣ ଅଭିଯାନରେ ଆଜି ସକାଳ ସୁଦ୍ଧା ୨୪ କୋଟି ୫୮ ଲକ୍ଷ ହିତାଧିକାରୀଙ୍କୁ କରୋନା ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତକାଲି ଗୋଟିଏ ଦିନରେ ୩୦ ଲକ୍ଷ ୩୨ ହଜାର ଟିକାକରଣ କରାଯାଇଛି । ସେଥିମଧ୍ୟରୁ ୨୭ ଲକ୍ଷ ୩୩ ହଜାର ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୨ ଲକ୍ଷ ୯୯ ହଜାର ହିତାଧିକାରୀ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି । ସେହିପରି ରାଜ୍ୟରେ ଆଜି ସକାଳ ସୁଦ୍ଧା ମୋଟ୍‍ ୮୭ ଲକ୍ଷ ୯୯ ହଜାର ୨୮ ଜଣ ହିତାଧିକାରୀଙ୍କୁ ଟିକାକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୭୨ ଲକ୍ଷ ୧୮ ହଜାର ୨୫୬ ଜଣ ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୧୫ ଲକ୍ଷ ୮୦ ହଜାର ୭୭୨ ଜଣ ଦ୍ୱିତୀୟ ଡୋଜ୍‍ ଟିକା

Leave A Reply