ଆପ-କଂଗ୍ରେସର ମେଂଟ ନେଇ ଆଜି ହୋଇପାରେ ଶେଷ ନିଷ୍ପତ୍ତି: ପିସି ଚାକୋ

0 490

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ନେଇ ବୁଧବାର ଶେଷ ନିଷ୍ପତ୍ତି ହୋଇପାରେ । ଜାତୀୟ ଗଣମାଧ୍ୟମକୁ ଦିଲ୍ଲୀ ପ୍ରଭାରୀ ପିସି ଚାକୋ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ସହିତ ମେଣ୍ଟକୁ ଏହାରି ମଧ୍ୟରେ ଅନେକ ତର୍ଜମା ଚାଲିଛି । କଂଗ୍ରେସର କିଛି ନେତା ଆମ ଆଦମୀ ପାର୍ଟିକୁ ସମର୍ଥନ କରୁଥିବା ବେଳେ ଅନ୍ୟ ନେତାମାନେ ବିରୋଧ କରୁଛନ୍ତି । ଏସବୁ ପରେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆପ ସହିତ ମେଣ୍ଟ ନେଇ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚାକୋ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଆପ ସହିତ ମେଣ୍ଟ ନେଇ ଦିଲ୍ଲୀ କଂଗ୍ରେସ କମିଟିର ସଭାନେତ୍ରୀ ଶୀଲା ଦୀକ୍ଷିତ କିଛି ସ୍ପଷ୍ଟ କରି ନାହାନ୍ତି । କଂଗ୍ରେସର ବରିଷ୍ଠ ନେତ୍ରୀ ଦୀକ୍ଷିତ କହିଛନ୍ତି, ସମୟ ଆସିଲେ ଏବାବଦରେ ଜଣାଇ ଦିଆଯିବ । ପୂର୍ବରୁ ଶୀଲା ଦୀକ୍ଷିତ ଏବଂ ଅନ୍ୟ କଂଗ୍ରେସ ନେତାମାନେ ମେଣ୍ଟ ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି ।

Leave A Reply