ଭୁବନେଶ୍ୱର – ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍ ରହିଛି । କେତକ ସ୍କୁଲ ବସ୍ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି।
ପ୍ରାଇଭେଟ୍ ବା ବେସରକାରୀ ସ୍କୁଲର ସ୍କୁଲ ବସ୍ରେ ଆବଶ୍ୟକତାକରୁ ଅଧିକ ଛାତ୍ରଛାତ୍ରୀ ନେଲେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି ।
ରାଜ୍ୟ ସରକାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି । ଆଇନ ଅନୁଯାୟୀ ସ୍କୁଲ ବସ୍ରେ ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି କି ନାହିଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ ସେ ବିଷୟରେ ନିର୍ଦେଶ ଦିଆଯାଇଛି । ଏପରିକି ସ୍କୁଲ ଦ୍ୱାର ପରିଚାଳିତ ଅନ୍ୟ ଗାଡି ଓ ଅଟୋରେ ଅଧିକ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଇଛି ।
ଟ୍ରାନସ୍ପୋର୍ଟ କମିଶନର ସଞ୍ଜୀବ ପଣ୍ଡା ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ଅନେକ ଗାଡି ଓ ସ୍କୁଲ ଏହି ନିୟମ ଖିଲାପ କରୁଥିବାରୁ ଏହି ନିୟମ ଜାରି କରାଯାଇଛି । ସମସ୍ତ ସ୍କୁଲ ବସ୍ରେ ଜଣେ ଆଟେଣ୍ଡାଣ୍ଟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ତାଙ୍କର ବୈଧ କଣ୍ଡକ୍ଟର ଲାଇସେନ୍ସ ଥିବା ଆବଶ୍ୟକ ।
ଅଟୋ ରିକ୍ସା ଓ ମିନି ଭ୍ୟାନରେ ସେଫ୍ଟି ଗ୍ରୀଲ ହୋଲ୍ଡିଂ ହ୍ୟାଙ୍ଗର , ଫାର୍ଷ୍ଟ ଏଡ୍ ବକ୍ସ ଓ ଫାୟାର ଏକ୍ସ୍ଟିଙ୍ଗୁଇସର୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।