ଅନ୍‍ଲାଇନ୍‍ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ

0 1,568

ଭୁବନେଶ୍ୱର- ରାଜ୍ୟରେ ଅକ୍ଟୋବର ପହିଲାରୁ ଅନ୍‍ଲାଇନ୍‍ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ନୂତନ ମୋଟରଯାନ ଆଇନ୍‍ ଅନୁସାରେ ବିନା ପ୍ରଦୂଷଣ ପ୍ରମାଣପତ୍ରରେ କୌଣସି ଯାନ ଚଳାଚଳ କରିପାରିବ ନାହିଁ । ଚଳିତମାସ ୧ ତାରିଖରୁ ସାରା ଦେଶରେ ନୂତନ ମୋଟରଯାନ ଆଇନ୍‍ କାର୍ଯ୍ୟକାରୀ କରାଯିବା ପରେ ପ୍ରଦୂଷଣ ପ୍ରମାଣପତ୍ର ଲାଗି ବିଭିନ୍ନ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ତେବେ କେତେକ କେନ୍ଦ୍ରରେ ଅନ୍‍ଲାଇନ୍‍ ପଞ୍ଜିକୃତ ବ୍ୟବସ୍ଥା ନଥିବାରୁ ସେମାନଙ୍କଠାରୁ ପ୍ରମାଣପତ୍ର ନେଲେ ଯାଞ୍ଚ ସମୟରେ ତାହା ଅନ୍‍ଲାଇନ୍‍ରେ ଉପଲବ୍ଧ ହୋଇନଥାଏ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଯେଉଁ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଅନ୍‍ଲାଇନ୍‍ରେ ପଞ୍ଜିକୃତ ହୋଇନଥିବ ସେମାନଙ୍କ ପ୍ରମାଣପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ ।

Leave A Reply