ଏଣିକି ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ ଲାଇନ୍‍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ

0 902

ଭୁବନେଶ୍ୱର – ଏଣିକି ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ ଲାଇନ୍‍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ପ୍ରମାଣପତ୍ର ଆସନ୍ତାମାସ ପହିଲାରୁ ସରକାର ବାଧ୍ୟତାମୂଳକ କରିଥିଲେ ।
ତେବେ ରାଜ୍ୟରେ ଟେଷ୍ଟିଂ ୟୁନିଟ୍‍ର ଅଭାବ ଓ ଟେଷ୍ଟିଂ ସେଣ୍ଟରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସରକାର ନିଜର ପୂର୍ବ ନିଷ୍ପତ୍ତିକୁ ବଦଳାଇ ଏହି ପ୍ରମାଣପତ୍ର ବାହାର କରିବାର ଶେଷ ତାରିଖକୁ ଚଳିତ ବର୍ଷ ଡିସେମ୍ବର ୩୧କୁ ଧାର୍ଯ୍ୟ କରିଛନ୍ତି । ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତକାଲି ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‍.ପି. ଓ ଆର୍‍.ଟି.ଓ.ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

Leave A Reply