ଭୁବନେଶ୍ୱର, ୧୩ ଜୁଲାଇ ୨୦୨୪: ସାମଗ୍ରିକ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ସୁପରିଚିତ ଓଡିଏମ୍ ଗ୍ଲୋବାଲ ସ୍କୁଲ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପାଳନ କରିଛି, କାରଣ ଏହା ୩ ଜଣ ମେଧାବୀ ଛାତ୍ରଛାତ୍ରରୀଙ୍କୁ ମାଲେସିଆରେ ସମ୍ମାନିତ ଲାଲିଗା ୟୁଥ୍ ଟୁର୍ଣ୍ଣାମେଂଟ୍ ୨୦୨୪ରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିବା ପାଇଁ ଚୟନ କରାଯାଇଛି । ଜୁଲାଇ ୧୨ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଟୂର୍ଣ୍ଣାମେଂଟ୍ ହେଉଛି ଏକ ପ୍ରେମିୟର ଇଭେଂଟ୍ ଯାହା ବିଶ୍ୱର ଶୀର୍ଷ ଯୁବ ଫୁଟ୍ବଲ ପ୍ରତିଭାମାନଙ୍କୁ ପ୍ରଦର୍ଶିତ କରୁଛି ।
ଓଡିଏମ୍ ସ୍କୁଲ୍ର ଛାତ୍ରଛାତ୍ରୀ ଶ୍ରୀଜଲ କିସ୍କୁ (ଗ୍ରେଡ୍ ୬), ଆୟୁଷ ଗୋପି (ଗ୍ରେଡ୍ ୭) ଓ ପ୍ରିତମ ଟୁଡୁ (ଗ୍ରେଡ୍ ୮) ନିଜର ଚମତ୍କାର ଦକ୍ଷତା, କଠିନ ପରିଶ୍ରମ ଓ କ୍ରୀଡା ପାଇଁ ଆଗ୍ରହ ମାଧ୍ୟମରେ ଜାତୀୟ ଟିମ୍ରେ ନିଜର ସ୍ଥାନ ଅର୍ଜନ କରିଛନ୍ତି । ଉଲ୍ଲେଖନୀୟ ଭାବେ ଏହି ୩ ଛାତ୍ରଛାତ୍ରୀ ଜାତୀୟ ଟିମ୍ରେ ଓଡିଶାରୁ ଏକମାତ୍ର ପ୍ରତିନିଧି ଅଟନ୍ତି । ସ୍କୁଲ୍ ଦ୍ୱାରା ପ୍ରାୟୋଜିତ ଏହି ସୁଯୋ ସେମାନଙ୍କୁ ବିନା କୌଣସି ଆର୍ଥିକ ପ୍ରତିବନ୍ଧକରେ ନିଜର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ଅନୁମତି ଦେଉଛି । ଏସମ୍ପର୍କରେ ଓଡିଏମ୍ ଏଜୁକେଶ୍ନାଲ ଗ୍ରୁପ୍ଣ ଅଧ୍ୟକ୍ଷ ଡଃ ସତ୍ୟବ୍ରତ ମିନକେତନ କହିଛନ୍ତି, “ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଆମେ ଶ୍ରୀଜଲ, ଆୟୁଷ ଓ ପ୍ରିତମଙ୍କ ପାଇଁ ଖୁବ୍ ଗର୍ବିତ । ଜାତୀୟ ଟିମ୍ରେ ସେମାନଙ୍କୟ ଚୟନ ସେମାନଙ୍କର ଚମତ୍କାର ପ୍ରତିଭା ଓ ଫୁଟ୍ବଲ ପ୍ରତି ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ସେମାନେ ନିରନ୍ତର ଭାବେ ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶିତ କରିଛନ୍ତି ଏବଂ ଏହି ସମ୍ମାନିତ ସୁଯୋଗ ସେମାନଙ୍କ ପ୍ରୟାସର ଏକ ଯୋଗ୍ୟ ସ୍ୱୀକୃତି ଅଟେ । ସେମାନେ ନିଜର ଯାତ୍ରା ଆରମ୍ଭ କରିଥିବାରୁ ମୁଁ ସେମାନଙ୍କୁ ସମଗ୍ର ଓଡିଏମ୍ ଏଜୁକେଶ୍ନାଲ ଅର୍ଗାନାଇଜେଶନ ତରଫରୁ ହୃଦୟରୁ ଶୁଭେଚ୍ଛା ଜଣାଉଛି ।” ସେହିପରି ଓଡିଏମ୍ ଏଜୁକେଶ୍ନାଲ ଗ୍ରୁପ୍ର ସିଓଓ ସ୍ୱୟନ ସତ୍ୟେନ୍ଦୁ କହିଛନ୍ତି, “ମାଲେସିଆରେ ଲାଲିଗା ୟୁଥ୍ ଟୁର୍ଣ୍ଣାମେଂଟ୍ରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିବା ପାଇଁ ଚୟନ ହୋଇଥିବାରୁ ମୁଁ ଗର୍ବର ସହିତ ଶ୍ରୀଜଲ କିସ୍କୁ, ପ୍ରିତମ ଟୁଡୁ ଓ ଆୟୁଷ ଗୋପିଙ୍କୁ ଶୁଭେଚ୍ଛା ଜଣାଉଛୁ । ସେମାନଙ୍କର ସଫଳତା , ପ୍ରତି କ୍ଷେତ୍ରରେ ପ୍ରତିଭାମାନଙ୍କୁ ବିକଶିତ କରିବା ଓ ଉତ୍କର୍ଷତା ହାସଲ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି । ସେମାନେ ନିଷ୍ଠାର ସହ ନିଜ ଦକ୍ଷତା ପ୍ରଦର୍ଶିତ କରନ୍ତୁ, କ୍ରୀଡାବିତର ଭାବନାକୁ ଗ୍ରହଣ କରନ୍ତୁ ଏବଂ ଭାରତ, ଓଡିଶା ଓ ଆମ ସ୍କୁଲ କମ୍ୟୁନିଟି ପାଇଁ ଗୌରବ ଆଣନ୍ତୁ ବୋଲି ମୁଁ ଶୁଭକାମନା ଜଣାଉଛି ।”
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.