ସରକାରୀ ଦେୟକୁ କାର୍ଡ଼, ୟୁ.ପି.ଆଇ., କ୍ୟୁ.ଆର୍.କୋର୍ଡ୍ ଏବଂ ୱାଲେଟ୍ ମାଧ୍ୟମରେ ପୈଠ କରି ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବ୍ୟାବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା ଉପଭୋକ୍ତାମାନଙ୍କୁ ଏଣିକି ଆଉ କେବଳ ଅନ୍ଲାଇନ୍ ଇଲେକ୍ଟ୍ରୋନିକ୍ସ ପୈଠ ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ।
ସେମାନେ ସହଜରେ ଯେକୌଣସି ସ୍ଥାନରୁ ଅନ୍ୟାନ୍ୟ ଦେୟ ବ୍ୟବସ୍ଥାକୁ ବ୍ୟବହାର କରି ସରକାରୀ ଦେୟ ପୈଠ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ଅନ୍ଲାଇନ୍ ଦେୟ ପୈଠର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି ।