ଭୁବନେଶ୍ୱର – ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦିତ କରାଯାଇଛି । ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩୮୪ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ ପାଇଁ ୬୪୧ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯିବ । ସାଧାରଣ ପ୍ରଶାସନ ବିଭାଗରୁ ବେସାମରିକ ବିମାନ ଚଳାଚଳ ଶାଖାକୁ ଅଲଗା କରାଯାଇ ବାଣିଜ୍ୟ ଓ ପରିବହନ ବିଭାଗରେ ଅନ୍ତର୍ଭୁକ୍ତ କରାଯିବ । ପୁରୀ ସହର ଏବଂ ଜଗନ୍ନାଥ ମନ୍ଦିରର ଭିତ୍ତିଭୂମି ମରାମତି ପାଇଁ ଅବଢ଼ା ଯୋଜନାରେ ତିନିବର୍ଷ ମଧ୍ୟରେ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଦେବୋତ୍ତର ଆଇନରେ ସଂଶୋଧନ କରାଯାଇଛି । ଗୋବର୍ଦ୍ଧନ ମଠ