କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ

0 82

ପାରମ୍ପରିକ ପୂଜା ସହ ପୂଜାମଣ୍ଡପଗୁଡ଼ିକରେ ମା’ ଦୁର୍ଗତିନାଶିନୀଙ୍କ ଆବାହନ କରାଯାଇଛି । ମୃଣ୍ମୟ ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ପୂଜାମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ପୂଜାର୍ଚ୍ଚନା କରାଯାଉଛି । ତେବେ ଶକ୍ତିପୀଠଗୁଡ଼ିକରେ ସନ୍ଧ୍ୟା ସମୟରେ ମା’ଙ୍କର ବିଭିନ୍ନ ବେଶ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି ।


ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ କରାଯିବ । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ପୁଲିସ୍‍ ପକ୍ଷରୁ ଯାଞ୍ଚ୍‍ କରାଯିବା ସହ ଅମାନିଆଙ୍କୁ କଠୋର ଦଣ୍ଡବିଧାନ ସହ ଜରିମାନା ଆଦାୟ କରାଯିବ ବୋଲି ପୁଲିସ୍‍ କମିଶନର୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସେହିପରି ବଜାରଘାଟରେ ଅଯଥା ଭିଡ଼ ନ କରିବା ଓ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପ୍ରତି ଧ୍ୟାନ
ଦେବାକୁ କମିଶନର୍‍ ପରାମର୍ଶ ଦେଇଛନ୍ତି ।


ଅନ୍ୟପକ୍ଷରେ ଦୁର୍ଗାପୂଜା ସମୟରେ କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ୧୮ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯିବ । ସୁନା ଓ ଚାନ୍ଦି ମେଢ଼ରେ ସ୍ୱତନ୍ତ୍ର ପୁଲିସ୍‍ ଦଳକୁ ମୁତୟନ କରାଯିବ । ଲୋକେ ଘରେ ରହି ପୂଜା ପାଳନ କରିବାପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply