ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍ ନିୟମିତ ଚଳାଚଳ କରିବ । ଏନେଇ
ପୂର୍ବତଟ ରେଳବାଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି
ଅନୁଯାୟୀ ଆସନ୍ତାକାଲି ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର
ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଏହି ସ୍ୱତନ୍ତ୍ର
ପାସେଞ୍ଜର୍ ଟ୍ରେନ୍ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି ନୟାଗଡ଼
ଟାଉନ୍ରେ ୧୧ଟା ୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେହିଭଳି
ନୟାଗଡ଼ ଟାଉନ୍ରୁ ଅପରାହ୍ଣ ୫ଟା ୫ରେ ଛାଡ଼ି ଭଦ୍ରକରେ ରାତି ୧୦ଟା
୪୫ରେ ପହଞ୍ଚିବ । ଏହି ଟ୍ରେନ୍ ନୟାଗଡ଼-ଭଦ୍ରକ ମଧ୍ୟରେ ପଡ଼ୁଥିବା ସମସ୍ତ
ପାସେଞ୍ଜର ହଲ୍ଟ ଷ୍ଟେସନ୍ରେ ରହଣି କରିବ ।
Sign in
Sign in
Recover your password.
A password will be e-mailed to you.
Next Post
Comments are closed, but trackbacks and pingbacks are open.