ଦେଶର ୫୦ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ର
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତଥ୍ୟ ଅନୁସାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡ଼ିକାଲ କଲେଜ ଓ କଟକଠାରେ ନୂତନ ଭାବରେ ସ୍ଥାପନ ହୋଇଥିବା
ଡ୍ରିମ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସ ଆଣ୍ଡ୍ ହସ୍ପିଟାଲକୁ ଏଥିପାଇଁ ଅନୁମତି ମିଳିଛି । ଉଭୟ କଲେଜରେ ୧୦୦ଟି ଲେଖାଏଁ ସିଟ୍ରେ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ସୂଚନା ମିଳିଛି ।
Comments are closed, but trackbacks and pingbacks are open.