ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍କୋର୍ଟ କଲେଜିୟମ୍ ସୁପାରିସ କରିଛି । ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ୍ର ଏକ ସ୍ୱତନ୍ତ୍ର ବୈଠକରେ ଦୁଇ ଜଣ ଆଇନଜୀବୀ ଏବଂ ଦୁଇ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଉଦ୍ଦିଷ୍ଟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଏବଂ ନ୍ୟାୟିକ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ବିଚାରପତି ଭାବେ ନିଯୁକ୍ତି
ଦେବାକୁ ଅନୁମୋଦନ ମିଳିଛି । ହାଇକୋର୍ଟରେ ୨୭ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦବୀ ରହିଥିବାବେଳେ ଏବେ ମୁଖ୍ୟ ବିଚାରପତିଙ୍କ ମିଶାଇ ୧୩ ଜଣ ବିଚାରପତି ରହିଛନ୍ତି । ଏହି ନୂଆ ୪ ବିଚାରପତି ନିଯୁକ୍ତି ପାଇଲେ ବିଚାରପତି ସଂଖ୍ୟା ୧୭କୁ ବୃଦ୍ଧି ପାଇବ ।