ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ସୂଚନା ଦେଇଛନ୍ତି ଏହାର ନିର୍ଦେଶକ ଡାକ୍ତର ଗୀତାଂଜଳୀ ପଦ୍ମନାଭନ। ସେ କହିଛନ୍ତି ଯେ ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରା
ଯାଇଛି। ଆୟୁଷ ବିଲଡିଂରେ ଏହି ସ୍ୱତନ୍ତ୍ର କୋଭିଡ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରା ଯାଇଛି।
ଏହାବ୍ୟତୀତ ୩୦ ବେଡ ଶଯ୍ୟାସହ ୧୦ଟି ଭେଂଟିଲେଟରର ବ୍ୟବସ୍ଥା ମଧ୍ୟକରା ଯାଇଛି। ଏଥି ସହ ୩୬ଟି ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥାମଧ୍ୟ କରା ଯାଇଛି ସେ ବର୍ତମାନ ସ୍ଥିତିରେ କରୋନା ଆକ୍ରାନ୍ତ ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ଚିକିତ୍ସା କରା ଯାଇ ପାରିବ ସେ ନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରା ଯାଉଛି।