ପାରାଦୀପରେ ଆରମ୍ଭ ହେଲା ଜାତୀୟ ନାଟ୍ୟମହୋତ୍ସବ
ପାରାଦୀପ,୧୯।୩(ଇମିସ): ପାରାଦୀପର ଅଗ୍ରଣୀ ଅନୁଷ୍ଠାନ କ୍ୟାନମାସ୍ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ କ୍ୟାନଫେଷ୍ଟ୍ ୨୦୧୭ ଆଜିଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଜୟଦେବ ସଦନଠାରେ ଠାରେ ଆୟୋଜିତ ନାଟକ ମହୋତ୍ସବକୁ ପାରାଦୀପ ବନ୍ଦର ୍ରଅଧ୍ୟକ୍ଷ ରିଙ୍କେଶ ରାୟ ଉଦ୍ଘାଟନ କରିଥିଲେ। ଲୋକକଳା ଧୀରେ ଆଦର ହରାଉଥିବା ବେଳେ କାନ୍ମାସ ଭଳି ଅନୁଷ୍ଠାନ ନାଟକ ମାଧ୍ୟମରେ ଲୋକକଳାକୁ ବଂଚାଇ ରଖିବା ଏକ ସୁନ୍ଦର ପ୍ରୟାସ ବୋଲି ଶ୍ରୀ ରାୟ ଏହି ଅବସରରେ ସୂଚନା ଦେଇଥିଲେ।
ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ, ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏନ୍.ଭୟାପୁରୀ ଯୋଗଦେଇଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ କଳିଙ୍ଗ ଟିଭିର ପ୍ରବନ୍ଧ ନିର୍ଦ୍ଦେଶକ ହିଂମାଶୁ ଖଟୁଆ, ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହଳୟର ମହାନିର୍ଦ୍ଦେଶକ ଅଦ୍ୱୈତ୍ୟ ଗଡ୍ନାୟକ, ପାରାଦ୍ୱୀପ ବନ୍ଦରର ଟ୍ରଷ୍ଟି ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଜୀବନବ୍ୟାପି ସାଧନା ପାଇଁ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପଂଚାନନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯୁବ ନାଟ୍ୟକାରଙ୍କ ପ୍ରତିଭା ଓ ଓଡିଶାର ଲୋକକଳାର ଉତ୍ଥାନ ପାଇଁ ଏକ ପତ୍ରିକା ଉନ୍ମୋଚନ ହୋଇଥିଲା। ଅନୁଷ୍ଠାନର ସଭାପତି କ୍ୟାପେଟନ୍ ଅତୁଲ୍ୟ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କ୍ୟାନମାସ୍ର ସମ୍ପାଦକ ଶ୍ରୀମାନ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଆରମ୍ଭ ହେବା ପୂର୍ବରୁ ଓଡିଶାର ଲୋକନୃତ୍ୟ ଘୋଡା ନାଚ ପ୍ରଦର୍ଶିତ ହୋଇଥିଲା।
ରବିବାର ପ୍ରଥମ ନାଟକ ଭାବେ ଭୁବନେଶ୍ୱରର ଉତର ପୁରୁଷ ପକ୍ଷରୁ ନାଟକ ‘ଆଧେଅଧୁରେ’ ପ୍ରଦର୍ଶିତ ହୋଇଥିଲା। ଏହି ନାଟକର ମୁଖ୍ୟ ବିଷୟ ବସ୍ତୁ ଥିଲା ପାରିବାରିକ କଳହ ଏବଂ କିଭଳି ପରିବାରରେ ତୃତୀୟ ପୁରୁଷ ପ୍ରବେଶ ଦ୍ୱାରା ପରିବାର ଭାଙ୍ଗି ଯାଇଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଥିଲା। ଏହା ସହ ଏକ ପରିବାରକୁ ବାନ୍ଧି ରଖିବା ପାଇଁ ପରିବାରର ସବୁ ସଦସ୍ୟଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ। ଏହ