ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ବୃଦ୍ଧି, ପ୍ରଦୂଷଣ ମୁକ୍ତ ଶକ୍ତି,ପରିବେଶ ଉପଯୋଗୀ ଜୀବନ ଶୈଳୀ ଓ ବିଶ୍ୱର ମଙ୍ଗଳ ଦିଗରେ ଭାରତର ଉଦ୍ୟମକୁ ସମର୍ଥନ କରିବା ଲାଗି ଏ-୭ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି

103

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ବୃଦ୍ଧି, ପ୍ରଦୂଷଣ ମୁକ୍ତ ଶକ୍ତି, ପରିବେଶ ଉପଯୋଗୀ ଜୀବନ ଶୈଳୀ ଓ ବିଶ୍ୱର ମଙ୍ଗଳ ଦିଗରେ ଭାରତର ଉଦ୍ୟମକୁ ସମର୍ଥନ କରିବା ଲାଗି ଏ-୭ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ ଜର୍ମାନୀର ସ୍କଲ୍‍ସ ଏଲମାଓଠାରେଅନୁଷ୍ଠିତ ଏ-୭ ଶିଖର ବୈଠକର ଦ୍ୱିତୀୟ ଦିନରେ ଜଳବାୟୁ, ଶକ୍ତି ଓ ସ୍ୱାସ୍ଥ୍ୟ ଉପରେ ଆଧାରିତ ଅଧିବେଶନରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଅଧିବେଶନଟି ଜପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ବର୍ତ୍ତମାନ ପ୍ରଦୂଷଣମୁକ୍ତ ଶକ୍ତି ଜ୍ଞାନ କୌଶଳର ଏକ ବିଶାଳ ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଭାରତରେ ଗବେଷଣା, ନୂତନ ତତ୍ୱ ଉଦ୍‍ଭାବନ ଏବଂ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଶ୍ରୀ ମୋଦୀ ଏ୭ ରାଷ୍ଟ୍ରଗୁଡିକ ଅନୁରୋଧ କରିଛନ୍ତି । ସେ କହିଛନ୍ତି, କୋଭିଡ-୧୯ ମହାମାରୀ ସମୟରେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଫଳତାର ସହ ଡିଜିଟାଲ ଜ୍ଞାନକୌଶଳ ପ୍ରୟୋଗ କରିଛି । ତେବେ ଭାରତର ଏଭଳି ଅଭିନବ ଚିନ୍ତାଧାରାକୁ ବିକାଶଶୀଳ ରାଷ୍ଟ୍ରଗୁଡିକୁ ନେବା ଦିଗରେ ସାହାଯ୍ୟ କରିବା ଲାଗି ଶ୍ରୀ ମୋଦୀ ଏ-୭ ରାଷ୍ଟ୍ର ସମୂହକୁ ଆହ୍ୱାନ ଦେଇଛନ୍ତି ।ପ୍ରଦୂଷଣମୁକ୍ତ ଶକ୍ତିର ଉପଲବ୍ଧତା କେବଳ ଧନୀ ବ୍ୟକ୍ତିଙ୍କ ଲାଗି ଉପଲବ୍ଧ ହେବା ଉଚିତ ନୁହେଁ । ଏହା ଉପରେ ଗରିବ ପରିବାରଙ୍କର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ଏ ଦିଗରେ ଏକ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ଜନସଂଖ୍ୟାର ୧୭ପ୍ରତିଶତ ଭାରତରେ ବସବାସ କରନ୍ତି । ମାତ୍ର ବିଶ୍ୱ କାର୍ବନ ନିର୍ଗମନ କ୍ଷେତ୍ରରେ ଭାରତର ଅବଦାନ ମାତ୍ର ୫ପ୍ରତିଶତ । ତେବେ ଭାରତରେ ପ୍ରକୃତି ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ମଧ୍ୟରେ ବସବାସ କରିବାର ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଜଳବାୟୁ ପ୍ରସଙ୍ଗରେ ଭାରତ ନିଜର ପ୍ରତିଶ୍ରୁତିବଦ୍ଧତା ବଜାୟୀ ରଖିଛି । ଏକ ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଭାରତ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ
୫ମାସ ପୂର୍ବରୁ କରିପାରିଛି । ସେହିଭଳି ଭାରତରେ ବିଶ୍ୱର ସର୍ବପ୍ରଥମ ସୌର ଶକ୍ତି ସମ୍ପନ୍ନ ବିମାନ ବନ୍ଦର କାର୍ଯ୍ୟକାରୀ ହୋଇପାରିଛି । ଅନ୍ୟପକ୍ଷରେ ଏହି ୧୦ବର୍ଷ ମଧ୍ୟରେ ଭାରତରେ ବିଶାଳ ରେଳବାଇ ଟ୍ରାକ୍‍ ଶୂନ୍ୟ କାର୍ବନ ନିର୍ଗମନ କରିବାରେ ସମ୍ଭବ ହୋଇପାରିବ । ଜର୍ମାନୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‍ ରାମାଫୋସା, ଓ ଜର୍ମାନୀ ଚାନ୍‍ସେଲର ଓଲାଫ ସ୍କଲଜ୍‍ଙ୍କ ସହ ବିଭିନ୍ନ ଦ୍ୱିପକ୍ଷିୟ ପ୍ରସଙ୍ଗରେ
ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲ ବୃଦ୍ଧି, ପ୍ରଦୂଷଣ ମୁକ୍ତ ଶକ୍ତି, ପରିବେଶ ଉପଯୋଗୀ ଜୀବନ ଶୈଳୀ ଓ ବିଶ୍ୱର ମଙ୍ଗଳ ଦିଗରେ ଭାରତର ଉଦ୍ୟମକୁ ସମର୍ଥନ କରିବା ଲାଗି ଏ-୭ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ ଜର୍ମାନୀର ସ୍କଲ୍‍ସ ଏଲମାଓଠାରେ ଅନୁଷ୍ଠିତ ଏ-୭ ଶିଖର ବୈଠକର ଦ୍ୱିତୀୟ ଦିନରେ ଜଳବାୟୁ, ଶକ୍ତି ଓ ସ୍ୱାସ୍ଥ୍ୟ ଉପରେ ଆଧାରିତ ଅଧିବେଶନରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଅଧିବେଶନଟି ଜପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ବର୍ତ୍ତମାନ ପ୍ରଦୂଷଣମୁକ୍ତ ଶକ୍ତି ଜ୍ଞାନ କୌଶଳର ଏକ ବିଶାଳ ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଭାରତରେ ଗବେଷଣା, ନୂତନ ତତ୍ୱ ଉଦ୍‍ଭାବନ ଏବଂ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଶ୍ରୀ ମୋଦୀ ଏ୭ ରାଷ୍ଟ୍ରଗୁଡିକ ଅନୁରୋଧ କରିଛନ୍ତି । ସେ କହିଛନ୍ତି, କୋଭିଡ-୧୯
ମହାମାରୀ ସମୟରେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଫଳତାର ସହ ଡିଜିଟାଲ ଜ୍ଞାନକୌଶଳ ପ୍ରୟୋଗ କରିଛି । ତେବେ ଭାରତର ଏଭଳି ଅଭିନବ ଚିନ୍ତାଧାରାକୁ ବିକାଶଶୀଳ ରାଷ୍ଟ୍ରଗୁଡିକୁ ନେବା ଦିଗରେ ସାହାଯ୍ୟ କରିବା ଲାଗି ଶ୍ରୀ ମୋଦୀ ଏ-୭ ରାଷ୍ଟ୍ର ସମୂହକୁ ଆହ୍ୱାନ ଦେଇଛନ୍ତି । ପ୍ରଦୂଷଣମୁକ୍ତ ଶକ୍ତିର ଉପଲବ୍ଧତା କେବଳ ଧନୀ ବ୍ୟକ୍ତିଙ୍କ ଲାଗି ଉପଲବ୍ଧ ହେବା ଉଚିତ ନୁହେଁ । ଏହା ଉପରେ ଗରିବ ପରିବାରଙ୍କର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ଏ ଦିଗରେ ଏକ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ବିଶ୍ୱ ଜନସଂଖ୍ୟାର ୧୭ପ୍ରତିଶତ ଭାରତରେ ବସବାସ କରନ୍ତି । ମାତ୍ର ବିଶ୍ୱ କାର୍ବନ ନିର୍ଗମନ କ୍ଷେତ୍ରରେ ଭାରତର ଅବଦାନ ମାତ୍ର ୫ପ୍ରତିଶତ । ତେବେ ଭାରତରେ ପ୍ରକୃତି ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ମଧ୍ୟରେ ବସବାସ କରିବାର ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଜଳବାୟୁ ପ୍ରସଙ୍ଗରେ ଭାରତ ନିଜର ପ୍ରତିଶ୍ରୁତିବଦ୍ଧତା ବଜାୟୀ ରଖିଛି । ଏକ ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଭାରତ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ ୫ମାସ ପୂର୍ବରୁ କରିପାରିଛି । ସେହିଭଳି ଭାରତରେ ବିଶ୍ୱର ସର୍ବପ୍ରଥମ ସୌର ଶକ୍ତି ସମ୍ପନ୍ନ ବିମାନ ବନ୍ଦର କାର୍ଯ୍ୟକାରୀ ହୋଇପାରିଛି । ଅନ୍ୟପକ୍ଷରେ ଏହି ୧୦ବର୍ଷ ମଧ୍ୟରେ ଭାରତରେ ବିଶାଳ ରେଳବାଇ ଟ୍ରାକ୍‍ ଶୂନ୍ୟ କାର୍ବନ ନିର୍ଗମନ କରିବାରେ ସମ୍ଭବ ହୋଇପାରିବ । ଜର୍ମାନୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‍ ରାମାଫୋସା, ଓ ଜର୍ମାନୀ ଚାନ୍‍ସେଲର ଓଲାଫ ସ୍କଲଜ୍‍ଙ୍କ ସହ ବିଭିନ୍ନ ଦ୍ୱିପକ୍ଷିୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

Comments are closed, but trackbacks and pingbacks are open.