ମାଲକାନଗିରିରେ ଆଜି ଚିହ୍ନଟ ୩ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରେ ଜଣେ ହାବିଲ୍ଦାର ଥିବା ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ସମ୍ପୃକ୍ତ ହାବିଲ୍ଦାର ଜଣକ ମୋଟୁ ବର୍ଡ଼ର ଚେକ୍ପୋଷ୍ଟରେ କାର୍ଯ୍ୟରତ ଥିଲେ ।
ପଜିଟିଭ୍ ଚିହ୍ନଟ ହେବା ପରେ ମୋଟୁ ଥାନା ଆଇ.ଆଇ.ସି.ଙ୍କ ସମେତ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ଯିବା ପାଇଁ ନିର୍ଦେଶ ଦିଆଯାଇଛି ।