ସାରା ଦେଶରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍
ଭୁବନେଶ୍ୱର – ସୋମବାର ଠାରୁ ସାରା ଦେଶ ସମେତ ଓଡ଼ିଶାରେ ମଧ୍ୟ ଲକ୍ଡାଉନ୍ ବ୍ୟବସ୍ଥାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଏହିଭଳି ୩ଟି ଜୋନ୍ରେ ବର୍ଗୀକରଣ କରାଯାଇ ସ୍ୱତନ୍ତ୍ର କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି । ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରକୁ ରେଡ ଜୋନ୍ ଅର୍ନ୍ତଭୁକ୍ତ କରାଯାଇଛି । ଏହି ୩ଟି ଜିଲ୍ଲାରେ ଅଧିକ ସଂକ୍ରମିତ ଥିବାବେଳେ ଯାଜପୁର ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ରହିଛନ୍ତି ।