ଶିଶୁ ସ୍ୱାସ୍ଥ୍ୟ ପାଇଁ ବିପଦ କପଡ଼ା ସଫା କରାଯାଉଥିବା ଡିଟର୍ଜେଣ୍ଟ

0 1,873

ଭୁବନେଶ୍ୱର: ଆପଣ ଥରଟିଏ ଦୃଷ୍ଟି ଦିଅନ୍ତୁ ନିତିଦିନିଆ ଘରେ ବ୍ୟବହାର କରାଯାଉଥିବା ଜରୁୁରୀ ଜନିଷ ବେଳେ ବେଳେ ଆମର ଶରୀରକୁ କ୍ଷତି ପହଂଚାଉଛି । ଛୋଟ ପିଲା ବ୍ୟବହାର କରିବା ଦ୍ୱାରା ଏହାର ଇମ୍ୟୁନିଟି ଦୁର୍ବଳ ହୋଇଥାଏ ତାଙ୍କୁ ଏହି ଜିନିଷମାନଙ୍କରେ ବେଶୀ ଅସୁବିଧା ହୋଇଥାଏ । ଏହା ମଧ୍ୟରୁ ଗୋଟିଏ ହେଉଛି କପଡା ସଫା କରାଯାଉଥିବା ଡିଟରର୍ଜେଣ୍ଟ । କେତେକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି ଯେ ଡିଟର୍ଜେଣ୍ଟ ଆପଣଙ୍କର ପିଲାର ଶରୀରକୁ କ୍ଷତି ପହଂଚାଇବାରେ ବଡ଼ ଭୁମିକା ତୁଲାଇ ଥାଏ । ଆପଣଙ୍କୁ ଏହାର ବିକଳ୍ପ ଖୋଜିବାର ଅବଶ୍ୟକତା ରହିଛି ।
ପଇଜନିଙ୍ଗ, ଡିମୋଶିୟାର ବିପଦ-
ଜାନୁୟାରୀ ୨୦୧୩ରୁ ଜାନୁୟାରୀ ୨୦୧୫ ମଧ୍ୟରେ ପ୍ରାୟ ୨ବର୍ଷ ପର୍ଯ୍ୟନ୍ତ ହୋଇଥିବା ଏକ ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଛି ଯେ ଯଦି ଛୋଟ ପିଲା କପଡା ସଫା କରାଯାଉଥିବା ଡିଟର୍ଜେଣ୍ଟର ପ୍ୟାକେଟ ସଂପର୍କରେ ଆସିଥାଏ, ଏହା ତାଙ୍କ ପାଇଁ ବହୁତ ବଡ ବିପଦ ହୋଇପାରେ । ଗବେଷଣା ଅନୁସାରେ ଛୋଟ ପିଲା (ଟାଡଲର୍ସ) ଯଦି ଏହି ଜିନିଷକୁ ମୁହଁରେ ରଖନ୍ତି ତେବେ ଏହି ଡିଟର୍ଜେଣ୍ଟଣ୍ଟପ୍ୟାକେଟ କାରଣରୁ ପିଲାଙ୍କୁ ପଇଜନିଙ୍ଗ, ଡିମୋଶିୟା ଓ ମାନସିକ ବିକାଶ ସହିତ ଜଡିତ ସମସ୍ୟା ହୋଇପାରେ ।
କେମିକାଲ କାରଣରୁ ଜଳିପାରେ ସ୍କିନ-
ଲଣ୍ଡ୍ରି ଡିଟର୍ଜେଣ୍ଟର ପ୍ୟାକେଟ ରଙ୍ଗୀନ ହୋଇଥାଏ ଯାହା ପିଲାଙ୍କୁ ଆକର୍ଷିତ କରିଥାଏ ଓ ପିଲାଙ୍କ ଦ୍ୱାରା ତାହାକୁ ମୁହଁରେ ରଖିବାର ବିପଦ ରହିଥାଏ । କପଡା ସଫା କରିବା ପାଇଁ ବ୍ୟବହାର ହେଉଥିବା ସାବୁନରେ ଏମିତି କେମିକାଲ ରହିଥାଏ ଯାହା ଯଦି ଶରୀରର ଭିତରକୁ ଚାଲିଯାଏ ତେବେ ଶରୀରକୁ ବହୁତ ପ୍ରକାର ସମସ୍ୟା ହୋଇଥାଏ, ଯେମିତି କି ନିଶ୍ୱାସ ନେବା ପାଇଁ ଅସୁବିଧା ହେବା, କୋମାକୁ ଯିବା । ଏହା ବ୍ୟତୀତ ମୃତ୍ୟୁର ମଧ୍ୟ ବିପଦ ରହିଥାଏ । କେବଳ ଏତିକି ନୁହେଁ, କେତେକ ସମୟରେ ଏହି ଡିଟର୍ଜେଣ୍ଟରେ ଏତେ ବେଶୀ କ୍ୟମିକାଲ ରହିଥାଏ ଯେ ଯଦି ଛୋଟ ପିଲା ଏହାକୁ ଛୁଅନ୍ତି ତେବେ ତାଙ୍କର ସ୍କିନ ଜଳି ପାରେ ।

Leave A Reply