କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ୬୦ ଜଣ ସେବାୟତ ଏହି ପର୍ବରେ ସାମିଲ ହୋଇଥିଲେ ।
ଏହି ପର୍ବକୁ କଳାହାଣ୍ଡିର ଦଶହରାର ଆଦ୍ୟପର୍ବ ବୋଲି କୁହାଯାଏ । ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ମା’ଙ୍କ ଖଣ୍ଡାକୁ ମାର୍ଜନ କରାଯିବା ପରେ ଲଗ୍ନ ଅନୁଯାୟୀ କଳାହାଣ୍ଡି ମହାରାଜା ମା’ଙ୍କ ପାଖରେ ଏହାକୁ ପ୍ରତିଷ୍ଠା କରିଥାନ୍ତି ।