ଏବେ ଦୋକାନି ଓ ଚାଷୀ ପାଇବେ ପେନସନ,କିଷାନ୍ ମାନ୍ ଧନ୍ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟାପାରୀ ଦୁକାନଦାର ସ୍ୱରୋଜଗାର ପେନ୍ସନ୍ ଯୋଜନାର ଶୁଭାରମ୍ଭ
ରାଞ୍ଚି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରରେ ଝାଡ଼ଖଣ୍ଡର ରାଞ୍ଚିଠାରେ କିଷାନ୍ ମାନ୍ ଧନ୍ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟାପାରୀ ଦୁକାନଦାର ସ୍ୱରୋଜଗାର ପେନ୍ସନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ୬୦ବର୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ତିନି ହଜାର ଟଙ୍କା ପେନ୍ସନ୍ ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ। ଆସନ୍ତା ତିନି ବର୍ଷ ପାଇଁ ଏହି ଯୋଜନା ଅଧୀନରେ ୧୦ହଜାର ୭୭୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବର୍ତ୍ତମାନ ୧୮ରୁ ୪୦ ବର୍ଷ ଭିତରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ।