ଚଳିତ ଖରିଫ ଋତୁ ପାଇଁ ଫସଲ ଋଣ ପରିମାଣ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି

0 576

ନୂଆଦିଲ୍ଲୀ – ରାଜ୍ୟ ସରକାର ଚଳିତ ଖରିଫ ଋତୁ ପାଇଁ ଫସଲ ଋଣ ପରିମାଣ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୭ ହଜାର ୫୦୦ କୋଟି ଟଙ୍କାରେ ସୀମିତ ଥିଲା ।

ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖାଯାଇଛି । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ, ଭୂମିହୀନ କୃଷକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ମତ୍ସ୍ୟ, ଗୋପାଳନ ଏବଂ କୁକୁଡ଼ା ଚାଷ କ୍ଷେତ୍ରରେ କାର୍ଯ୍ୟକାରୀ ମୂଳଧନ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply