ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ସହ ଖରାଦିନିଆ ଛୁଟିହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କି ପ୍ରଭାବ ପଡିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ହୋଇଯାଇଛି । ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ସବୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।
ଖରାଛୁଟି କାଟ କରି ବିଦ୍ୟାର୍ଥୀଙ୍କ ପାଠପଢ଼ା ଭରଣା କରିବା ନେଇ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ୧୦ମ ଓ ତ୍କ୨ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Comments are closed, but trackbacks and pingbacks are open.