ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବଭଲ : ପଞ୍ଜିକାରେ କୃଷି ଅଭିବୃଦ୍ଧି ସୂଚନା

115

ଭୁବନେଶ୍ୱର :ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓଡିଆ ନବ ବର୍ଷ ପାଳନ ଅବସରରେ ନବ ପଞ୍ଜିକା ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ସ୍ଥାନୀୟ ବାଣୀବିହାର ସ୍ଥିତ ଶ୍ରୀ ଶ୍ରୀ ଶନି୧⁄୨ର ମହାଗ୍ରହ ମନ୍ଦିର ପ୍ରାଙ୍ଗଣରେ ସୌର ବ୍ରାହ୍ମଣ ପରିଷଦ, ଓଡିଶା ପକ୍ଷରୁ ବୁଧବାର ନବ ପଞ୍ଜିକା ଶୁଭାରମ୍ଭ ଏବଂ
ରଷ୍ଟ୍ରଫଳ ସଂପର୍କିତ ଏକ ସାମ୍ବାଦିକ ସ୧ିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବର୍ଷା ସମ୍ଭାବନା ଖୁବ ଭଲ ଅଛି । କୃଷିକ୍ଷେତ୍ରର ଉନ୍ନତି ସହ କୃଷି ଉତ୍ପାଦର ଅଭିବୃଦ୍ଧି ହେବ ।

ଚାଷୀମାନେ ଲାଭବାନ ହେବେ ଓ ସରକାରୀ ଯୋଜନାରେ ଉପକୃତ ପାଇବେ ବୋଲି ସୌର ବ୍ରାହ୍ମଣ ପରିଷଦର ସଭାପତି ପଣ୍ଡିତ ରଘୁନାଥ ଦାଶ କହିଛନ୍ତି । ଅନ୍ୟପକ୍ଷେ ଓଡିଶାର ରାଜନୈିତିକ ଅସ୍ଥିରତା ଲାଗି ରହିବବୋଲି କହିଛନ୍ତି ପରିଷଦର ସଂପାଦକ ନିମାଇଁ ଚରଣ ଦାଶ । ସେହିପରି ଚଳିତ ବର୍ଷ ଜୁନରୁ ଡିସେମ୍ବର ମଧ୍ୟରେ ବଡ ଧରଣର ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ରହିଛି । ପ୍ରଖ୍ୟାତ ରାଜନୈତିକ ତଥା ଜନପ୍ରିୟ ନେତାଙ୍କ ବିୟୋଗ ସମ୍ଭାବନା ସହ ସଂକ୍ରମଣ ଜୁଲାଇରୁ ବୃଦ୍ଧି ଘଟିଲେ ମଧ୍ୟ କୌଣସି କ୍ଷୟକ୍ଷତି ହେବ ନାହିଁ । ଜାନୁଆରୀ୨୦୨୩ରୁ ସଂକ୍ରମଣ ହ୍ରାସ ଓ ଦୂର ହେବ । ବିଶ୍ୱବାସୀ ଆଶ୍ୱସ୍ତ
ହେବେ ବୋଲି କହିଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ମହେନ୍ଦ୍ର ନାୟକ । ଦେଶରେ କୃଷି ଉତ୍ପାଦ ବୃଦ୍ଧିହେବ ।


ପଡୋଶୀ ଦେଶ ସହ ଭାରତର ସୁସଂପର୍କ ରହିବ । ଦେଶବିରୋଧୀ,ଅରାଜକତା, ତଥା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ବିଶ୍ୱବାସୀ ଏକାଠି ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏକଜୁଟ ହେବେ । ବିଶ୍ୱରେ ଯୁଦ୍ଧର ଭୟାବହତା ରହିବ । ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ ଦେଖାଦେବ । ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟିହେବ । ଅନ୍ୟପକ୍ଷେ ବିଶ୍ୱରେ ଶାନ୍ତି ଓ ସଦଭାବ ସ୍ଥାପନ ପାଇଁ ବିଶ୍ୱବାସୀ ଚେଷ୍ଠିତ ହେବେ । ଭାରତ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ସ୍ୱତବତା ବଜାୟ ରଖିବ । ଭାରତ ମିତ୍ର ଦେଶ ସହ ସଂପର୍କ ବୃଦ୍ଧି ହେବ । ମହାକାଶ ଗବେଷଣାରେ ଭାରତ ବିଶ୍ୱରେ ଚହଳ ସୃଷ୍ଟି କରିବ । ଦୁରାରୋଗ୍ୟ ନିବାରଣରେ ଭାରତ ବିଶ୍ୱରେ ଆକର୍ଷଣର କେନ୍ଦ୍ର ହେବ । ଟେଲିଯୋଗାଯୋଗ କ୍ଷେତ୍ରରେ ଭାରତର ବୈପ୍ଳବିକ ଅଭିବୃଦ୍ଧି ହେବ । ଆମେରିକା, ରୁଷ, ଚୀନ, ପାକିସ୍ଥାନ ଆଦି ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିରହିବ । ସେପ୍ଟେମ୍ବର ଠାରୁ ପଶୁପକ୍ଷୀ ଓ ବନ୍ୟପ୍ରାଣୀ ହାନୀର ସମ୍ଭାବନା ରହିଛି । ବିଶ୍ୱଶାନ୍ତି ପାଇଁ ନୂତନ ନୀତି ପ୍ରଣୟନ ହେବ ବୋଲି ପଣ୍ଡିତ ମହେନ୍ଦ୍ର ନାୟକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ମହାପାତ୍ର, ଅଚ୍ୟୁତାନନ୍ଦ ନାୟକ, ବିଭୁ ଆଚାର୍ଯ୍ୟ, ବିଭୁ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.