ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ

0 1,560

କଳାହାଣ୍ଡି – କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ସମ୍ପପନ୍ନ ହୋଇଛି । ଆଶ୍ୱୀନ ମାସ ମୂଳାଷ୍ଟମୀ ସନ୍ଧ୍ୟାରେ ମା’ ଲଙ୍କେଶ୍ୱରୀଙ୍କ ପଟଖଣ୍ଡାକୁ ପୁଝାରୀ ଓ ଅନ୍ୟ ଏକ ଖଣ୍ଡାକୁ ସଂଗୁଆରୀ ଧରି ମୁଖ୍ୟ ମନ୍ଦିରରୁ ଶୋଭାଯାତ୍ରାରେ ନିକଟସ୍ଥ ଡାକବଙ୍ଗଳାର ଅସ୍ଥାୟୀ ମନ୍ଦିରକୁ ନେଇଥିଲେ ।

ସେଠାରେ ପୂଜାର୍ଚ୍ଚନା ପରେ ଖଣ୍ଡାଗୁଡ଼ିକୁ ମାର୍ଜନ କରିବା ପରେ ପୁଣି ମନ୍ଦିରକୁ ପଟୁଆରରେ ମନ୍ଦିରକୁ ନିଆଯାଇଥିଲା । ପରେ କଳାହାଣ୍ଡି ରାଜା ଅନନ୍ତ ପ୍ରତାପ ଦେଓ ଖଣ୍ଡାଗୁଡ଼ିକୁ ଦେବୀଙ୍କ ବାମ ଓ ଦକ୍ଷିଣ ପାଶ୍ୱର୍ରେ
ସ୍ଥାପନ କରିଥିଲେ । ମା’ ଲଙ୍କେଶ୍ୱରୀଙ୍କ ଏହି ଖଣ୍ଡାବସା ପର୍ବକୁ ଦଶହରାର ଆଦ୍ୟପର୍ବ କୁହାଯାଏ ।

Leave A Reply