ଯେଉଁ ବୀରମାନେ ଦେଶକୁ ରକ୍ଷା କରୁଛନ୍ତି, ସେମାନଙ୍କୁ ପ୍ରଣାମ: ରାମନାଥ କୋବିନ୍ଦ

0 1,118

ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସ ଶୁକ୍ରବାର (୨୦୧୯ ଜୁଲାଇ ୨୬) ୨୦ ବର୍ଷ ପୂରିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ବର୍ଷ ୧୯୯୯ରେ କାରଗିଲର ପାହାଡରେ ଆମର ସଶସ୍ତ୍ର ସେନାର ପରାକ୍ରମ ପ୍ରତି ରାଷ୍ଟ୍ରର ଜନତା ନତମସ୍ତକ ହେଉଛି । ଦେଶକୁ ରକ୍ଷା କରୁଥିବା ବୀର ସୈନିକଙ୍କୁ ପ୍ରଣାମ କରୁଛୁ । ଯେଉଁ ନାୟକମାନେ ଆଉ କେବେ ଫେରିବେ ନାହିଁ, ଆମେ ତାଙ୍କ ନିକଟରେ ଋଣି ରହିବା । ଜୟ ହିନ୍ଦ ବୋଲି କୋବିନ୍ଦ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଗିଲ ଯୁଦ୍ଧ ସମୟର କିଛି ଫଟୋ ଟୁଇଟରରେ ସେୟାର କରିଛନ୍ତି । ମୋଦୀ କହିଛନ୍ତି, ୧୯୯୯ରେ ମୋତେ ସେଠାକୁ ଯିବାକୁ ସୁଯୋଗ ମିଳିଥିଲା । ସେହି ସମୟରେ ମୁଁ ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶରେ ପାର୍ଟି ପାଇଁ କାମ କରୁଥିଲି । ସେହିସମୟରେ କାରଗିଲ ଯିବା ଓ ସୈନିକଙ୍କ ସହିତ କଥାବାର୍ତ୍ତା କରିବା ସ୍ମରଣୀୟ ଅନୁଭୂତି ବୋଲି ମୋଦୀ କହିଛନ୍ତି ।

Leave A Reply