ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ଗ୍ରାମରେ ଆଜି ପାଳିତ ହେଉଛି । କାନ୍ତକବିଙ୍କ ସମାଧି ପୀଠରେ ମାଲ୍ୟାର୍ପଣ, ନୂତନ ସମାଧିପୀଠର ନବୀକରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ ଭଦ୍ରକ ସାଳନ୍ଦୀ ବାଇପାସ ଛକରେ ପ୍ରତିମୂର୍ତ୍ତି ଉନ୍ମୋଚନ ଆଦି କାର୍ଯ୍ୟକ୍ରମ କରାଯିବ । ଏଥିରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ସାଂସଦ ଓ ବିଧାୟକମାନେ ଯୋଗଦେବାର
କାର୍ଯ୍ୟକ୍ରମ ରହିଛି ।