ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ
କରାଯାଇଛି । ଏଥି ସହ ୧୩ଟି ଜିଲ୍ଲାର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ଥିବା ସୂଚନା ମିଳିଛି । ଆଜି ଜଗତ୍ସିଂହପୁର, ବୌଦ୍ଧ, ରାୟଗଡ଼ା, ଭଦ୍ରକ, କଟକ ଓ ନୟାଗଡ଼ରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା ।
ତେବେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍ସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।