ଦେଶର ବିଭିନ୍ନ ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହେଉଛି । ତେବେ କୋଭିଡ କଟକଣା ଯୋଗୁଁ କଟକ ସହର ସମେତ ବିଭିନ୍ନ ସ୍ଥାନରେ ମୂର୍ତ୍ତିର ଉଚ୍ଚତା କମ୍ କରାଯିବା ସହିତ ନିରାଡମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ନିରାଡମ୍ବର ଭାବେ କାଳୀପୂଜା ଆୟୋଜନ କରାଯାଇଛି ।
ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ ହୋଇଛି । ଘଟସ୍ଥାପନ, ଶୁଭ ଅଧିବାସ, ମଙ୍ଗଳ ଆଳତୀ, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ମା’ଙ୍କୁ ଆଜି ବେଦମାତା ବେଶରେ ସଜ୍ଜିତ କରାଯାଇଛି । ସେହିପରି ଜିଲ୍ଲାର ପୁରାତନ କୁଣ୍ଡି-କାଳୀ, ଦକ୍ଷିଣେଶ୍ୱର କାଳୀ, ଚରମ୍ପାର ପଥରକାଳୀ, ଆରଡିର ଶ୍ୟାମାକାଳୀଙ୍କ ପୀଠରେ ପ୍ରତିମୂର୍ତ୍ତିର ପୂଜାର୍ଚ୍ଚନା କରଯାଉଛି । ଭଦ୍ରକାଳୀ ପୀଠ ସମେତ ବିଭିନ୍ନ ପୂଜା ମଣ୍ଡପରେ ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା କରି ପୁରୀ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ
କାଠି ଜଳାଇବା ଲାଗି ଏଥର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ତେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ପୟାଶ୍ରାଦ୍ଧ ଦେଉଛନ୍ତି । ପବିତ୍ର କାତ୍ତି ର୍କ
ମାସରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆକର୍ଷଣୀୟ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି । ଦୀପାବଳି ଅବସରରେ ସମୁଦ୍ରକୂଳ ଅଞ୍ଚଳ ଲୋକାରଣ୍ୟ ହୋଇଛି । ବିଭିନ୍ନ ହୋଟେଲ ଓ ଲଜିଂଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ
ସୁସଜ୍ଜିତ କରାଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରା ଓ ବିନ୍ଦୁସାଗର କୂଳରେ ଚଳିତବର୍ଷ ପୟା ଶ୍ରାଦ୍ଧ ଓ ପିଣ୍ଡଦାନ ନିଷିଦ୍ଧ କରାଯାଇଛି ।