ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାଲ୍ ଲିମିଟେଡ୍ର ଇସ୍ପାତ୍ କାରଖାନାର କ୍ଷମତାକୁ ୪ଗୁଣରୁ ଅଧିକ ବୃଦ୍ଧି କରିବାକୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି
ରାଜ୍ୟର ଅନୁଗୁଳରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାଲ୍ ଲିମିଟେଡ୍ର ଇସ୍ପାତ୍ କାରଖାନାର କ୍ଷମତାକୁ ୪ଗୁଣରୁ ଅଧିକ ବୃଦ୍ଧି କରିବା ସହ ଏହାକୁ ବିଶ୍ୱର ଏକ ବୃହତ ଇସ୍ପାତ୍ କାରଖାନାରେ ପରିଣତ କରିବାକୁ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ବୃଦ୍ଧି ପାଇବ । ଏହି ଯୋଜନା ମିଶନ୍ ପୂର୍ବୋଦୟ ସହିତ ପୂର୍ବ ଭାରତର ବିକାଶକୁ ମଧ୍ୟ ଗତିଶୀଳ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ଜେ.ଏସ୍.ପି.ଏଲ୍.ର କ୍ଷମତା ବୃଦ୍ଧି ସଂକ୍ରାନ୍ତ ଏକ ଯୋଜନା ଗତକାଲି କମ୍ପାନୀର ମୁଖ୍ୟ ନବୀନ ଜିନ୍ଦଲ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଯୋଜନାର ରୂପରେଖ ଉପରେ ସନ୍ତୋଷବ୍ୟକ୍ତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଜେ.ଏସ୍.ପି.ଏଲ୍.ର କ୍ଷମତାବୃଦ୍ଧି, ପୁଞ୍ଜି ତଥା ଆନୁସଙ୍ଗିକ ଇସ୍ପାତ୍ କ୍ଲଷ୍ଟରର ବିକାଶକୁ ସୁଗମ କରିବା ଲାଗି ପରାମର୍ଶ ଦେଇଛନ୍ତି ।