ବଜାରମୁଖ୍ୟ ଖବର ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍ କ୍ରିକେଟର ସିଧା ପ୍ରସାରଣ By odishanext On Jun 5, 2019 0 4,488 Share ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍ କ୍ରିକେଟର ସିଧା ପ୍ରସାରଣ ନୂଆଦିଲ୍ଲୀ . – ଜିଓ ବ୍ୟବହାରକରୀମାନେ ବିଶ୍ୱ କପ୍ ସବୁ ମ୍ୟାଚ୍କୁ ମାଗଣା ସିଧା ପ୍ରସାରଣ (ଲାଇଭ୍) ଦେଖିପାରିବେ । କେତକ ନେଟଓ୍ୱର୍କରେ ଏଥିପାଇଁ ୩୬୫ଟଙ୍କା ଖର୍ଚ୍ଚ କରିବାକୁ ପଡୁଅଛି । ଏହା ସହ ମାଇ ଜିଓ ଆପ୍ ଯୋଗେ ଜିଓ ବ୍ୟବହାରକାରୀମାନେ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ। ଜିଓ ଗ୍ରାହକମାନେ ହଟ୍ଷ୍ଟାର ଓ ଜିଓ ଟିଭିରେ ମାଗଣାରେ ବିଶ୍ୱ କପ୍ କ୍ରିକେଟର ସିଧାପ୍ରସାରଣ ଦେଖିପାରେବ । ଜିଓ ଟିଭି ହଟ୍ଷ୍ଟାରକୁ ଜିଓ ଗ୍ରାହକମାନଙ୍କୁ ରିଡିରେକ୍ଟ କରିବ । ଜିଓ କ୍ରିକେଟ ପ୍ରେମୀଙ୍କ ପାଇଁ ୨୫୧ ଟଙ୍କାର ଏକ ଡାଟା ପ୍ୟାକ ଘୋଷଣା କରିଛି । ଡାଟା ଥିବା ଜିଓ ଗ୍ରାହକ ଏହି ରିଚାର୍ଜ କରିବା ବାଧ୍ୟତା ମୂଳକ ନୁହେଁ । ମାତ୍ର ଏହି ରିଚାର୍ଜରେ ୫୧ ଦିନ ପର୍ଯନ୍ତ ୨ ଜିବି ହାଇସ୍ପିଡ୍ ଡାଟା ପାଇ ପାରିବେ । ଜିଓ କ୍ରିକେଟ୍ ପ୍ଲେ ଆଲଙ୍ଗ ମାଧ୍ୟମରେ ଖେଳ ଚାଲୁଥିବା ସମୟରେ ଦର୍ଶକ ଘରେ ବସି କ୍ରିକେଟ୍ ଖେଳିବାର ମଜା ଉଠାଇପାରିବେ। ମୋବାଇଲ୍ରେ ଲାଇଭ୍ ଟିଭି ଦେଖିବା ସମୟରେ ବ୍ୟବହାରକାରୀମାନେ ଏହି ଆପ୍କୁ ଖୋଲିପାରିବେ ଏବଂ ଖେଳିପାରିବେ। ଏହାଦ୍ୱାରା ଦର୍ଶକ କେବଳ ତାଙ୍କ ପ୍ରିୟ ଖେଳକୁ ଦେଖିବେ ତାହା ନୁହେଁ ବରଂ ଦେଖିବା ସମୟରେ ଖେଳର ଭବିଷ୍ୟତ କ’ଣ ହେବ ତାହାର ପରିକଳ୍ପନା କରିପାରିବେ। ଏହାଦ୍ୱାରା ସେମାନେ ସେମାନଙ୍କ କ୍ରିକେଟ୍ ଜ୍ଞାନ ତଥା ଭବିଷ୍ୟ ବାଣୀ କରିବାର ସୁଯୋଗ ପାଇବେ। ଆଉ ଠିକଣା ଭାବେ ଖେଳି ଅଧିକରୁ ଅଧିକ ପଏଣ୍ଟ ସଂଗ୍ରହ କରିପାରିବେ। ଏହି ପ୍ଲେ ଆଲଙ୍ଗ୍ ବ୍ୟବସ୍ଥା ଜିଓ ବ୍ୟବହାର କାରୀ ଓ ଅଣ ଜିଓ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ। ବ୍ୟବହାରକାରୀମାନେ ମାଇଜିଓ ଆପ୍ଳିକେସନ୍କୁ ଡାଉନ୍ଲୋଡ୍ କରି ଏହି ଖଳି ଖେଳିପାରିବେ। 0 4,488 Share