ବଢିଲା ରିଚାର୍ଜ ଦର-ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା

0 4,534

ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା

– ୬ ଡିସେମ୍ବର ୨୦୧୯ ରୁ କାର୍ଯ୍ୟକାରୀ ହେବ ନୂଆ ପ୍ଲାନ ସମୂହ

– ପୂର୍ବରୁ ପ୍ରଚଳିତ ଅଲ-ଇନ-ୱାନ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ସୁବିଧା

– ଟେଲିକମ କ୍ଷେତ୍ରରେ ସବୁଠାରୁ ସୁଲଭ ପ୍ଲାନ ସମୂହ

ମୁମ୍ବାଇ,୪ ଡିସେମ୍ବର ୨୦୧୯: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି | ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ କରିବାନେଇ ଜିଓର ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି |

ଡିସେମ୍ବର ୬ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ଲାନ ସମୂହ ମଧ୍ୟରେ ରହିଛି ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଏକମାସ ଅବଧିର ୧୯୯ ଟଙ୍କା ମୂଲ୍ୟର ପ୍ଲାନ ଯେଉଁଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା | ସେହିଭଳି ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଦୁଇ ମାସ ଅବଧିର ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୨୦୦୦ ମିନିଟର କଲ ସୁବିଧା ରହିଛି | ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ତିନି ମାସ ଅବଧିର ପ୍ଲାନର ମୂଲ୍ୟ ୫୫୫ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟର କଲ ସୁବିଧା ରହିଛି | ଏହି କ୍ରମରେ ୩୬୫ ଦିନ ଅବଧିର ପ୍ଲାନ ର ମୂଲ୍ୟ ୨୧୯୯ ଟଙ୍କା ରହିଥିବା ବେଳେ ଏଥିରେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୨୦୦୦ ମିନିଟର କଲ ସୁବିଧା ରହିଛି | ଏଥିସହିତ ଜିଓ ପକ୍ଷରୁ ମଧ୍ୟ ଦୈନିକ ୨ ଜିବି ଓ ତିନି ଜିବି ଡାଟା ମିଳୁଥିବା ଭିନ୍ନ ଭିନ୍ନ ଅବଧିର ପ୍ଲାନ ସମୂହ ଘୋଷଣା କରାଯାଇଛି |

ଅଧିକ କଲ ଓ କମ ଡାଟା ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା କରାଯାଇଥିବା ସୁଲଭ ପ୍ଲାନଗୁଡିକ ମଧ୍ୟରେ ରହିଛି ୧୨୯ ଟଙ୍କା ମୂଲ୍ୟର ଏକ ମାସ (୨୮ ଦିନ) ଅବଧିର ପ୍ଲାନ ଯେଉଁଥିରେ ୨ ଜିବି ଡାଟା ସହିତ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ରହିଛି | ସମାନ ପ୍ରକାରର ସୁବିଧା ରହିଥିବା ତିନି ମାସ ଅବଧିର ପ୍ଲାନ ମୂଲ୍ୟ ୩୨୯ ଟଙ୍କା ଓ ଏକ ବର୍ଷ ଅବଧିର ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା ରହିଛି |

ସମସ୍ତ ପ୍ଲାନ ସହିତ ଜିଓ ପ୍ରାଇମ ଅନ୍ତର୍ଗତ ଉପଲବ୍ଧ ସମସ୍ତ ଆପ୍ସର ସବସ୍କ୍ରିପସନ ଗ୍ରାହକମାନଙ୍କୁ ମାଗଣାରେ ମିଳିପାରିବ ବୋଲି ଜିଓ ପକ୍ଷରୁ କୁହାଯାଇଛି | ଏଥି ମଧ୍ୟରେ ରହିଥିବା ପ୍ରମୁଖ ଓ ଲୋକପ୍ରିୟ ଆପ୍ସଗୁଡିକ ମଧ୍ୟରେ ରହିଛି ୧୦୦ରୁ ଉର୍ଧ୍ଵ ଏଚଡି ଚାନେଲ ସମେତ ୬୦୦ରୁ ଉର୍ଧ୍ଵ ଟିଭି ଚାନେଲ ଉପଲବ୍ଧ ହେଉଥିବା ଜିଓ ଟିଭି; ୧୦୦୦୦ରୁ ଉର୍ଧ୍ଵ ମୁଭି (ସିନେମା), ଲକ୍ଷାଧିକ ଟିଭି ଶୋ ଓ ଧାରାବାହିକ ଓ ପ୍ରିମିୟମ ଅରିଜିନାଲ ଭିଡ଼ିଓ କଣ୍ଟେଣ୍ଟ ରହିଥିବା ଜିଓ ସିନେମା; ପାଞ୍ଚ କୋଟିରୁ ଉର୍ଧ୍ଵ ଗୀତ ଓ ମାଗଣା କଲର ଟ୍ୟୁନର ସର୍ବବୃହତ ଲାଇବ୍ରେରୀ ଜିଓସାୱନ; ୧୫୦ରୁ ଉର୍ଧ୍ଵ ଲାଇଭ ନ୍ୟୂଜ଼ ଚାନେଲ, ୩୦୦ ରୁ ଉର୍ଧ୍ଵ ଖବରକାଗଜ ଓ ୮୦୦ରୁ ଉର୍ଧ୍ଵ ପତ୍ରିକା ରହିଥିବା ଜିଓ ନ୍ୟୂଜ଼ ଏବଂ ଜିଓ କ୍ଲାଉଡ଼, ଜିଓ ସିକ୍ୟୁରିଟି, ଜିଓ ହେଲଥ କ୍ଳବ ଭଳି ପ୍ରିମିୟମ ଆପ୍ସ ସମୂହ |

Leave A Reply