ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍ଏସ୍ଏଲ୍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍ସର ତ୍ରୁଟି ଯୋଗୁଁ କକ୍ଷପଥରେ ସ୍ଥାପନ ଅସଫଳ ହୋଇଛି ।
ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ପ୍ରକ୍ଷେପଣ କରାଯାଇଥିବା ଏସ୍ଏସ୍ଏଏଲ୍ଭିବି-୧ ଇଓଏସ୍-୨ ଉପଗ୍ରହକୁ ୩୫୬ କିଲୋମିଟର ଗୋଲାକାର କକ୍ଷ ପରିବର୍ତ୍ତେ ୩୫୬ କିଲୋମିଟର ଏକ୍ସ-୭୬ କିଲୋମିଟର ଗୋଲାକାର କକ୍ଷ ପଥରେ ସ୍ଥାପନ କରିଥିଲା । ଏଥିଲାଗି ଦୁଇଟିଯାକ ଉପଗ୍ରହ ଅସ୍ଥିର ରହିଛନ୍ତି ଏବଂ ଉପଯୋଗ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ପ୍ରକ୍ଷେପଣ ଯାନ ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ନିର୍ଦ୍ଧାରିତ ସମୟରେ ଉପଯୁକ୍ତ ଭାବେ ଉଡ଼ାଣ ଆରମ୍ଭ କରିଥିଲା । ଏହାର ପ୍ରାଥମିକ ସ୍ତରରେ ସମଗ୍ର ସଂଚାଳକ ସ୍ତର, ହାର୍ ଓୟାର, ଏରୋ ଡାଇନିଂ ଡିଜାଇନ୍ ଏବଂ ନୂଆ ଶକ୍ତି ଉତ୍ପାଦନ ଇଲେକ୍ଟ୍ରୋନିକ୍ସ ଭଲ ସ୍ଥିତିରେ ଥିଲା । କିନ୍ତୁ ୩୫୬ କିଲୋମିଟର ଉଚ୍ଚରେ ପହଞ୍ଚିବା ପରେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ପ୍ରକ୍ଷେପଣ ଯାନ ସଠିକ୍ ଭାବେ କାମ କରିନଥିଲା ।
ସେ କହିଛନ୍ତି ବିଶେଷଜ୍ଞମାନେ ପ୍ରକ୍ଷେପଣ ଯାନରୁ ଉପଗ୍ରହ କାହିଁକି ପୃଥକ ହୋଇପାରିଲା ନାହିଁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବେ ।
Comments are closed, but trackbacks and pingbacks are open.