୧୩ଜଣଙ୍କୁ ନେଇ ଉଡିଥିବା ବାୟୁସେନା ବିମାନ ଏଏନ-୩୨ ନିଖୋଜ

0 929

ଇଟାନଗର/ନୂଆଦିଲ୍ଲୀ: ସୋମବାର ଅପରାହ୍ଣରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ମଙ୍ଗଳବାର ପୂର୍ବାହ୍ଣ ୯ଟା ସୁଦ୍ଧା ଠାବ କରାଯାଇପାରି ନାହିଁ । ଏହି ବିମାନକୁ ଋଷିଆ ନିର୍ମାଣ କରିଥିଲା । ସେନାର ସି-୧୩୦ଜେ ଏବଂ ଯବାନମାନେ ନିଖୋଜ ବିମାନକୁ ଖୋଜିବାରେ ଲାଗିପଡ଼ିଛନ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥା ଏହି ସୂଚନା ଦେଇଛି ।

ଆସାମର ଜୋରହାଟ ଠାରୁ ଉଡାଣ ଆରମ୍ଭ କରିବାର ୩୩ ମିନିଟ ପରେ ଏଏନ-୩୨ ନିଖୋଜ ହୋଇଯାଇଛି । ବିମାନରେ ୩୩ ଜଣ ଲୋକ ଥିଲେ । ବାୟୁସେନା ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ଭାରତୀୟ ବାୟୁସେନା ସୋମବାର କହିଥିଲା ଯେ, ବିମାନ ଜୋରହାଟ ଠାରୁ ମଧ୍ୟାହ୍ଣ ୧୨ଟା ୨୭ରେ ଅରୁଣାଚଳ ପ୍ରଦେଶର ସି-ୟୋମି ଜିଲ୍ଲାର ମେନଚୁକା ଆଡଭାନ୍ସରେ ଅବତରଣ କରିବାର ଥିଲା । ପାଖାପାଖି ୧ଟା ପରେ ବିମାନ ସହିତ ସଂପର୍କ ହୋଇ ପାରି ନଥିଲା ।

ବାୟୁସେନା କହିଛି, ଦୁର୍ଘଟଣାସ୍ଥଳର ସମ୍ଭାବିତ ସ୍ଥାନକୁ ନେଇ କିଛି ସୂଚନା ମିଳିଥିଲା । ଏହା ପରେ ବିଭାଗର ଏକ ହେଲିକପ୍ଟରକୁ ସେଠାକୁ ପଠାଯାଇଥିଲା । ମାତ୍ର ଏଯାଏଁ ନିଖୋଜ ସଂପର୍କୀତ କୌଣସି ତଥ୍ୟ ହାସଲ ହୋଇପାରି ନାହିଁ । ବିମାନରେ ଚାଳକ ଦଳର ୮ ଜଣ ଏବଂ ୫ ଜଣ ଯାତ୍ରୀ ଥିଲେ । ବାୟୁସେନା ଭାରତୀୟ ସ୍ଥଳସେନା ଏବଂ ବିଭିନ୍ନ ସରକାରୀ ସଂସ୍ଥାର ସହଯୋଗ ଲୋଡିଛି ।

Leave A Reply