ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ଏନ୍‌ସିଡି ଇସ୍ୟୁ ବାର୍ଷିକ ୧୦.୦୩ଧ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି

0 5,448

ଭୁୁବନେଶ୍ୱର: ଭାରତର ସର୍ବବୃହତ୍‌ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ପକ୍ଷରୁ ୨୦୨୧ ମାର୍ଚ ୩ରେ ବଣ୍ଡ୍‌କୁ ଜାରି କରାଯିବ । ଏହି ବଣ୍ଡ୍‌ ୧୦.୦୩ଧ ପର୍ଯ୍ୟନ୍ତ ୟିଲ୍‌ଡ ପ୍ରଦାନ କରିବ ଏବଂ ଉଚ୍ଚ ମାନର ସୁରକ୍ଷା ଏହାକୁ ବର୍ତମାନ ସ୍ଥିତିରେ ଅନ୍ୟତମ ଶ୍ରେଷ୍ଠ ଡେବ୍‌ଟ ନିବେଶ ଉତ୍ପାଦରେ ପରିଣତ କରିଛି ଯେଉଁଥିରେ ବ୍ୟାଙ୍କର ଫିକ୍ସଡ୍‌ ଡିପୋଜିଟ୍‌, ଲିକ୍ୱିଡ୍‌ ଫଣ୍ଡ୍‌ ଆଦି ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ ସୁଧ ମିଳିବ ।
ଆଇଆଇଏଫ୍‌ଏଲ୍‌ ବଣ୍ଡ୍‌ ୮୭ ମାସିଆ ଅବଧିରେ ସର୍ବାଧିକ ୧୦.୦୩ଧର ୟିଲ୍‌ଡ ବା ସୁଧ ପ୍ରଦାନ କରୁଛି । ଏହି ଏନ୍‌ସିଡି ବିଭିନ୍ନ ବିକଳ୍ପ ଯଥା ମାସିକ, ବାର୍ଷିକ ଏବଂ ମାଚ୍ୟୁରିଟି ଆଦିରେ ଉପଲବ୍ଧ ହୋଇଛି ।
ବର୍ତମାନ ପରିସ୍ଥିତିରେ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ବଣ୍ଡ୍‌ ପ୍ରଦାନ କରୁଥିବା ସୁଧ ଅନ୍ୟ ଡେବ୍‌ଟ ଉତ୍ପାଦ ତୁଳନାରେ ବେଶ ଆକର୍ଷଣୀୟ । ଲିକ୍ୱିଡ୍‌ ଫଣ୍ଡ୍‌ ହାରାହାରି ୨.୮-୩ଧ, ଅଲ୍‌ଟ୍ରା-ସର୍ଟଟର୍ମ ଫଣ୍ଡ୍‌ ହାରହାରି ୩-୩.୫ଧ ୟିଲ୍‌ଡ ପ୍ରଦାନ କରୁଥିବା ବେଳେ ସର୍ଟ-ଟର୍ମ ଫଣ୍ଡ୍‌ ହାରାହାରି ଭାବେ ୪-୪.୨୫ଧ ୟିଲ୍‌ଡ ପ୍ରଦାନ କରୁଛି ଯେଉଁ ସମୟରେ ବ୍ୟାଙ୍କରେ ଏବେ ଏକ ତିନି ବର୍ଷିଆ ଫିକ୍ସଡ୍‌ ଡିପୋଜିଟ୍‌ରେ ପ୍ରାୟ ୫.୧ଧ ସୁଧ ମିଳୁଛି ।
ଏହି ୧୦.୦୩ଧ ସୁଧ ହାର ୮୭ ମାସ ପାଇଁ ଲକ୍‌ ରହିବ । ଏହା ଏକ ବହୁତ ବଡ଼ ଲାଭ କାରଣ କୋଭିଡ୍‌ ପରବର୍ତୀ କିଛି ବର୍ଷ ପାଇଁ ନଗଦ ରାଶି ସ୍ଥିତି ସହଜ ହେବ, ତେଣୁ ଅନେକ ବିଶେଷଜ୍ଞ ଭାବୁଛନ୍ତି ଯେ ସୁଧ ହାର ହ୍ରାସ ପାଇବ ଏବଂ ଏକ ଭଲ ସୁଧ ହାର ଲକ୍‌ ହୋଇ ରହିବା ଏକ ବହୁତ ବଡ଼ ଲାଭ ଭଳି । ଆଜିର ଦିନରେ ଏକ ୧୦ ବର୍ଷିଆ ସରକାରୀ ସିକ୍ୟୁରିଟିରେ ୬ଧ ସୁଧ ମିଳୁଛି ।
ଫେୟାରଫ୍ୟାକ୍ସ ଓ ସିଡିସି ଗ୍ରୁପ୍‌ ସମର୍ଥିତ ଆଇଆଇଏଫ୍‌ଏଲ୍‌ର ଏହି ବଣ୍ଡ୍‌ରେ ସର୍ବନିମ୍ନ ୧୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଗ୍ରିନ୍‌ ସୁଜ୍‌ ବିକଳ୍ପ ରହିବ ଯାହା ସହିତ ୯୦୦ କୋଟି ଟଙ୍କା ପର୍ଯ୍ୟନ୍ତ (ମୋଟ ୧୦୦୦ କୋଟି ଟଙ୍କା) ଓଭର-ସବ୍‌ସ୍କ୍ରିପ୍‌ସନ୍‌କୁ ଧରି ରଖାଯାଇପାରିବ ।
କ୍ରିସିଲ୍‌ ପକ୍ଷରୁ ଏଏ ଓ ବ୍ରିକ୍‌ୱାର୍କ ଏଏତ୍କ ରେଟିଂ ଦେଇଛନ୍ତି । ସଙ୍କଟ ସମୟରେ ମଧ୍ୟ କ୍ରେଡିଟ୍‌ ରେଟିଂ ଏଜେନ୍ସିଗୁଡ଼ିକ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସକୁ ଭଲ ରେଟିଂ ଦେଇଛନ୍ତି ଯାହା ଏହା ଦର୍ଶାଉଛି ଯେ ଠିକ୍‌ ସମୟରେ ଆର୍ଥିକ ଦାୟିତ୍ୱକୁ ସୁରକ୍ଷିତ ଭାବେ ଏହା ପୂରଣ କରିବ ଏବଂ ଅତିି କମ୍‌ ପରିମାଣର ବିପଦ ଥିବା ଏହା ଏକ ଅତ୍ୟଧିକ ସୁରକ୍ଷିତ ଉପକରଣ ।
ଶ୍ରୀଯୁକ୍ତ ବିରୁପାକ୍ଷ ସନ୍ତୋଷ ପ୍ରସାଦ, ଡେପ୍ୟୁଟି ଭାଇସ୍‌ ପ୍ରେସିଡେଂଟ୍‌, ଆଇଆଇଏଫ୍‌ଏଲ୍‌ କହିଛନ୍ତି ଯେ, “ଏଥିରୁ ହାସଲ କରାଯିବାକୁ ଥିବା ପାଣ୍ଠି ଆଇଆଇଏଫ୍‌ଏଲ୍‌କୁ ଆର୍ଥିକ ସେବା କମ୍‌ ପହଂଚିଥିବା ଲୋକମାନଙ୍କ ଋଣ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ଏବଂ ସେହିମାନେ ହେଉଛନ୍ତି ଆମର ପ୍ରମୁଖ ଗ୍ରାହକ ।’’
“ଭାରତରେ ଆମେ ୨୫୦୦ଟି ସ୍ଥାନରେ ଉପସ୍ଥିତ ରହିଥିବା ବେଳେ ୨୫ ବର୍ଷରୁ ଅଧିକ ସମୟର ଟ୍ରାକ୍‌ ରେକର୍ଡ ରହିଛି ଏବଂ ସମସ୍ତ ବଣ୍ଡ୍‌ ଇସ୍ୟୁ ଓ ଡେବଟ୍‌ ଦେୟକୁ ସଠିକ୍‌ ସମୟରେ ପ୍ରଦାନ କରାଯାଇଛି ।’’
ଆଇଆଇଏଫ୍‌ଏଲ୍‌ ହେଉଛି ରିଟେଲ୍‌କୁ ଗୁରୁତ୍ୱ ଦେଉଥିବା ଭାରତର ସର୍ବବୃହତ୍‌ ଫାଇନାନ୍ସ କଂପାନି । ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ଋଣ ପରିଚାଳନା ଅଧୀନ ସଂପତି ହେଉଛି ୪୨,୨୬୪ କୋଟି ଟଙ୍କା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଋଣ ପୁସ୍ତିକାର ୯୦ଧ ହେଉଛି ରିଟେଲ୍‌-ଯେଉଁଥିରେ କ୍ଷୁଦ୍ର ଆକାରର ଋଣ ଦେବା ଉପରେ ଗୁରୁତ୍ୱ ଦିଆଯାଏ ।
ଆଇଆଇଏଫ୍‌ଏଲ୍‌ ଫାଇନାନ୍ସର ମୋଟ ଏନ୍‌ପିଏ ୧.୬୧ଧ ଓ ନିଟ୍‌ ଏନ୍‌ପିଏ ୦.୭୭ଧ ରହିଛି । ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ମୋଟ ପୁଂଜି ସ୍ୱଚ୍ଛଳତା ହାର (ସିଏଆର୍‌) ୨୧.୪ଧ ଥିବା ବେଳେ ଏଥିରେ ୧୮.୦ଧ ଟିୟର ୧ ପୁଂଜି ରହିିଛି ଯେଉଁଥିପାଇଁ ବୈଧାନିକ ଆବଶ୍ୟକତା ହେଉଛି ଯଥାକ୍ରମେ ୧୫ଧ ଏବଂ ୧୦ଧ । ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ୨୬୮ କୋଟି ଟଙ୍କାର ଟିକସ ପରବର୍ତୀ ଲାଭ ହାସଲ କରିଛି । ଇକ୍ୱିଟିରେ ୧୮.୪ଧ ଭଲ ରିଟର୍ଣ୍ଣ ମିଳିଛି । ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ସହ ଏହାର ସୁଦୃଢ଼ ସମ୍ପର୍କ ରହିଛି ।
ଏହି ଇସ୍ୟୁର ଲିଡ୍‌ ମ୍ୟାନେଜର ହେଉଛନ୍ତି ଏଡେଲ୍‌ୱିସ୍‌ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌ ଏବଂ ଇକ୍ୱିରସ୍‌ କ୍ୟାପିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ । ନିବେଶକମାନଙ୍କୁ ଲିକ୍ୱିଡିଟି ପ୍ରଦାନ କରିବା ଲାଗି ଏହି ଏନ୍‌ସିଡିକୁ ବିଏସ୍‌ଇ ଲିମିଟେଡ୍‌ ଓ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଂଜ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଇ)ରେ ତାଲିକାଭୁକ୍ତ କରାଯିବ । ଆଇଆଇଏଫ୍‌ଏଲ୍‌ ବଣ୍ଡ୍‌ ଇସ୍ୟୁର ଫେସ୍‌ ଭାଲ୍ୟୁ ୧୦୦୦ ଟଙ୍କା ରହିବ ଏବଂ ସବୁ ବର୍ଗର ସର୍ବନିମ୍ନ ଆବେଦନ ପରିମାଣ ୧୦,୦୦୦ ଟଙ୍କା ରହିବ । ଏହାର ପବ୍ଲିକ୍‌ ଇସ୍ୟୁ ୨୦୨୧ ମାର୍ଚ ୩ରେ ଖୋଲିବ ଏବଂ ୨୦୨୧ ମାର୍ଚ ୨୩ରେ ବନ୍ଦ ହେବ ଏବଂ ଏଥିରେ ଆଗୁଆ ବନ୍ଦ କରିବାର ବିକଳ୍ପ ରହିବ । ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ ଭିତିରେ ଏହାକୁ ଆବଂଟନ କରାଯିବ ।

Leave A Reply