ଆଇ.ଏସ୍. ସ୍ତରରେ ଛୋଟ ଅଦଳବଦଳ
ଭୁବନେଶ୍ୱର – ରାଜ୍ୟ ସରକାର ବରିଷ୍ଠ ଆଇ.ଏସ୍. ସ୍ତରରେ ବୁଧବାରରେ ଅଦଳବଦଳ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ଏବଂ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଭାବେ ବଦଳି କରାଯାଇଛି ।