କିପରି ଜାଣିବେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ସଂପର୍କରେ ? ଏହି ଉପାୟ ଅବଲମ୍ବନ କରନ୍ତୁ

0 753

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି  । ଆଉ ଦିନ କେଇଟା ପରେ  ପ୍ରଥମ ପର୍ଯ୍ୟାୟ ନିର୍ବାଚନ  । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ ବଢିଯାଇଛି । କାରଣ ସେମାନଙ୍କ ଭୋଟ ଆସନ୍ତା ୫ ବର୍ଷ ପାଇଁ ଦେଶ ଓ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଣୁ ପ୍ରାର୍ଥୀଙ୍କ ଯୋଗ୍ୟତା, ପୂର୍ବ ରେକର୍ଡ, ଅପରାଧିକ ପୃଷ୍ଠଭୂମି ଆଦିକୁ ବିଚାରକୁ ନେଇ ଭୋଟରମାନେ ନିଷ୍ପତ୍ତି ନେଇପାରିବେ ।

ଇତି ମଧ୍ୟରେ ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ଓଡ଼ିଶା ଇଲେକ୍ସନ ଓ୍ଵାଚ ଓଡ଼ିଶାର ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ  କରିଛି । ଏହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।  ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ସଂସ୍ଥା ପକ୍ଷରୁ ମୋଟ ୧୯୧ରୁ ୧୮୯ ଜଣ ପ୍ରାର୍ଥୀଙ୍କ ପ୍ରଦତ୍ତ ସତ୍ୟପାଠର ବିଶ୍ଳେଷଣ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ଏହି ୧୮୯ ଜଣଙ୍କ ମଧ୍ୟରୁ ୫୫ ଜଣ (୨୯%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।  ଏମାନଙ୍କ ମଧ୍ୟରୁ ୩୫ ଜଣ ପ୍ରାର୍ଥୀଙ୍କର ଗୁରୁତର ଅପରାଧିକ ମାମଲା ରହିଛି ।

କିନ୍ତୁ ଏସବୁ ରିପୋର୍ଟ ପଢି କୌଣସି  ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ଜାଣିବା ବେଶ ସମୟସାପେକ୍ଷ ଓ କଷ୍ଟକର ବ୍ୟାପାର  । ତେବେ ଜଣେ ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ଜାଣିବା ପାଇଁ ଏକ ସହଜ ଉପାୟ ଅଛି ।  ଏହି ଉପାୟ ଅବଲମ୍ବନ କରି ଜଣେ ପ୍ରାର୍ଥୀଙ୍କର ପୂର୍ବ ଅପରାଧିକ ରେକର୍ଡ ସଂପର୍କରେ ସହଜରେ ଓ ଅଳ୍ପ ସମୟରେ ଜାଣିହେବ । ଏଥିପାଇଁ ନିମ୍ନ ଲିଖିତ ଉପାୟ ଅବଲମ୍ବନ କରନ୍ତୁ ।

http://www.myneta.info/ କୁ ଭିଜିଟ କରନ୍ତୁ …

ସେଥିରେ ଥିବା ସର୍ଚ୍ଚ ଇଂଜିନରେ ଆପଣ ଜଣେ ପ୍ରାର୍ଥୀଙ୍କ ନାଁ ବା ନିର୍ବାଚନ ମଣ୍ଡଳୀ ଲେଖି ସର୍ଚ୍ଚ କରନ୍ତୁ….

ସର୍ଚ୍ଚ ଫଳାଫଳରେ ଆପଣ ସଂପୃକ୍ତ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯ଼ୋଗ୍ୟତା, ସଂପତ୍ତି ଆଦି ସଂପର୍କରେ ଜାଣିପାରିବେ ।

 

Leave A Reply