ହୋଲିର ଦୁ୍‌ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ

341

ହୋଲିର ଦୁ୍‌ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ । କାହିଁ
କେତେ କାଳରୁ ଚାଲି ଆସୁଛି ଏହି ପରମ୍ପରା । ଦୋଳ ପୂଜାରେ ହେଉଥିବା ବ୍ରିଭାଟକୁ
ଏଡାଇବା ପାଇଁ , ଏହି ପ୍ରଥାରେ ପରିବର୍ତନ କରାଯାଇଥିଲା । ତେଣୁ ହୋଲିର ୨ଦିନ ପରେ
ସେମାନେ ବେଶ ନିଆରା ଭାବରେ ହୋଲି ପର୍ବ ପାଳନ କରନ୍ତି ।
ତମାଣ୍ଡୋ ସହ ଆଖପାଖ ୪୦ଟି ଗାଁର ଲୋକେ ଏହି ହୋଲିଖେଳରେ ଭାଗ ନିଆନ୍ତି
ା ଗାଁର ପିଲା ଠାରୁ ଆରମ୍ଭ କରି ବୁଢା , ସ୍ତ୍ରୀ ପୁରୁଷ ସମସ୍ତେ ସାମିଲ ହୁଅନ୍ତି ନିଆରା
ହୋଲି ଖେଳରେ । ବୟସ ଓ ରଂଗର କିଛି ଭେଦ ଭାବ ନଥାଏ ହୋଲି ଖେଳିବା ବେଳେ । ହୋଲିର
ଦୁଇଦିନପରେ ରଂଗରେ ରଂଗିନ ହୁଏ ତମାଣ୍ଡୋ ଗାଁର ଦୋଳ ମଣ୍ଡପ ।
ଏହି ହୋଲି ଖେଳ ଅବସରରେ , ୪୦ଟି ଗାଁର ଠାକୁରଙ୍କ ଦୋଳ ମିଳନ ହୋଇଥାଏ ।
ଶେସରେ ହରିହର ଭେଟ ହୋଇଥାଏ । ମୃଦଙ୍‌ଗ, ଖୋଳ, ଝାଞ୍ଜର ଶଦ୍ଦରେ ମେଳା ପଡିଆ
ପ୍ରକମ୍ପିତ ହୁଏ । ହରି ହର ଭେଟ ସମୟରେ ଆରମ୍ଭହୁଏ ହୋଲି ଖେଳ । ତିନି ଦିନ ଧରି ଏଠାରେ
ମେଳା ଓ ଯାତ୍ରାର ଆୟୋଜନ କରାଯାଇଥାଏ । ।
ତମାଣ୍ଡୋର ଏକ ନିଆରା ହୋଲି । ହୋଲି ଦିନ ରଂଗ ନଥାଏ ହେଲେ ଦୁଇ ଦିନ ପରେ
ରଂଗ ମୟ ହୁଏ ପୁରା ଗାଁ । ଏହାର ଭରୁୃପୁର ମଜା ନେଇଥାଆନ୍ତି ଗ୍ରାମବସୀ ମାନେ ।
ଆଉ ଏଭଳି କଥାରହିଛି ଯେ ହୋଲି ଦିନ ରଙ୍ଗ ଖେଳିଲେ ଗାଁ କୋଠ ପକ୍ଷରୁ ଜୋରିମାନ
ଆଦାୟକରି ଦଣ୍ଡ ମଧ୍ୟ ଦିଆଯାଏ ।

Comments are closed, but trackbacks and pingbacks are open.