ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ

ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ଧର୍ମ ଗ୍ରହଣ କଲେ ଯୁବକ

0 650

ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ  ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍‌ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ ପରିବର୍ତ୍ତନ କରିବା ପରେ ନିଜ ନାମ ଆର୍ଯ୍ୟନ ଆର୍ଯ୍ୟ ରଖିଛନ୍ତି ।  ମାତ୍ର ବିବାହ ପରେ ଏକ ବିବାଦ ମୁଣ୍ଡ ଟେକିଛି । ଯୁବତୀଙ୍କ ପିତା ମାତା ଏ ନେଇ ଛତିଶଗଡ ଉଚ୍ଚ ନାୟାଳୟର ଦ୍ୱାରସ୍ଥ ହୋଇଥିଲେ ।  ଶୁଣାଣୀ ପରେ ଯୁବତୀଙ୍କୁ ପିତାମାତାଙ୍କ ସହ କିମ୍ବା ଏକ ହଷ୍ଟେଲରେ ରହିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ।

ଏହାପରେ ଯୁବକ ଜଣଙ୍କ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଛତିଶଗଡ ସରକାରଙ୍କୁ ଏ ନେଇ ଜବାବ ମାଗିଛନ୍ତି ।ଏହି ଦୁଇଜଣ ରାୟପୁରରେ ଥିବା ଆର୍ଯ୍ୟ ସମାଜରେ ବିବାହ କରିଛନ୍ତି । ଏବେ ଯୁବତୀ ଜଣଙ୍କ କେଉଁଠାରେ ରହିବେ ମାମଲା ବିଚାରଧିନ ରହିଛି ।

Leave A Reply