ଟ୍ରେନରୁ ୧୧ କିଲୋଗ୍ରାମ ସୁନା ଜବତ

0 1,437

ଝାରସୁଗୁଡା – ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଗୁରୁବାରରେ ୧୧ କିଲୋଗ୍ରାମ ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪କୋଟିରୁ ଅଧିକ ଟଙ୍କା ହେବ ।ଘଟଣାରୁ ଜଣାପଡିଛି ଯେ, ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସସାଇଜ୍‍ ଓ କଷ୍ଟମ୍‍ ବିଭାଗ ଜାଣିବାକୁ ପାଇଥିଲେ । ପରେ ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନକୁ ଅଟକାଇ ଯାଞ୍ଚ
କଲାବେଳେ ଏହି ସୁନା ଜବତ ହୋଇଛି । ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖି ବିଭାଗୀୟ ଅଧିକାରୀ ପଚରାଉଚରା କରୁଛନ୍ତି । ଅଟକ ଥିବା ବ୍ୟକ୍ତିମାନେ ମୁମ୍ବାଇର ବୋଲି ଜଣାପଡିଛି ।

Leave A Reply