ଜାଣନ୍ତୁ ହଳଦୀ ଓ ରସୁଣ ସ୍ୱାସ୍ଥ୍ୟପାଇଁ କେତେ ଭଲ
ହଳଦୀ
ଆୟୁର୍ବେଦରେ ଏହା ଏକ ଉତ୍ତମ ସ୍ଥାନ ଗ୍ରହଣ କରିଛି ।ଚର୍ମର ସୌନ୍ଦର୍ଯ୍ୟ ସହିତ ଶରୀର ସୁସ୍ଥତା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହଳଦୀ।ହଳଦି ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦ୍ରୁତ ଆରୋଗ୍ୟ କରାଇପାରେ। ଆର୍ଥ୍ରାଇଟିସ୍, ଛାତି ପୋଡିବା, କୃମି, ପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଦାନ୍ତବ୍ୟଥା, ଅବସାଦ, ଫୁସ୍ଫୁସ୍ ସଂକ୍ରମଣ, ବ୍ରୋଙ୍କାଇଟିସ୍ ଆଦିରେ ହଳଦି ପ୍ରୟୋଗ ଦ୍ୱାରା ବେଶ୍ ଲାଭ ମିଳେ।
ରସୁଣ:
ଏହା ମଧ୍ୟ ଯନ୍ତ୍ରଣା ଓ ଫୁଲାକୁ ପ୍ରାକୃତିକ ଭାବେ କମାଇପାରେ। ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟିଭାଇରାଲ, ଆଣ୍ଟିପାରାସାଇଟାଲ, ଆଣ୍ଟିଇନ୍ଫ୍ଲାମେଟୋରୀ ତଥା ଆଣ୍ଟି ଫଙ୍ଗାଲ ଗୁଣ ରହିଛି। ଏହା ବ୍ୟତୀତ ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ୍ସ ରହିଛି ଯାହା ଶରୀରକୁ ଏକାଧିକ ରୋଗରୁ ସୁରକ୍ଷା ଦେଇପାରେ। ହୃଦ୍ରୋଗୀମାନଙ୍କ ପାଇଁ ରସୁଣ ବିଶେଷ ଭାବେ ଉପକାରୀ। ପ୍ରତିଦିନ ସକାଳୁ ଦୁଇପାଖୁଡା ରସୁଣ ହାଲ୍କା ଉଷୁମ ପାଣିରେ ଖାଇଲେ ଓଜନ କମେ।