ଭୁବନେଶ୍ୱରରେ ଫ୍ଲିପ୍‌କାର୍ଟର ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମ ଉପଲବ୍ଧ

54

ଭୁବନେଶ୍ୱର : ଭାରତର ଘରୋଇ ଇ-କମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍‌କାର୍ଟ ଭୁବନେଶ୍ୱରରେ ଗ୍ରାହକଙ୍କ ପାଇଁ ଏହାର ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମର ଶୁଭାରମ୍ଭ କରିଛି । ଫ୍ଲିପ୍‌କାର୍ଟ ଭିଆଇପି ପ୍ରୋଗ୍ରାମ ଲକ୍ଷ ଲକ୍ଷ ପ୍ରଡକ୍ଟ ଉପରେ ୪୮ ଘଂଟାର ମାଗଣା ଡେଲିଭରି, ୧୦୦% ଉତ୍ପାଦଗୁଡିକର ପେମେଂଟ୍ ପାଇଁ ସୁପରକଏନର ବ୍ୟବହାର କରି ୫%ର ଅତିରିକ୍ତ ସଂଚୟ, ସମର୍ପିତ ଗ୍ରାହକ ସହଯୋଗ ପ୍ରତି ତତ୍କାଳ ପହଂଚ,୧ ଟଙ୍କାରେ କ୍ଲିୟରଟ୍ରିପରେ ଫ୍ଲାଇଟ୍‌ଗୁଡିକର କ୍ୟାନ୍ସେଲେଶନ କିମ୍ବା ରିସେଡ୍ୟୁଲିଙ୍ଗ୍‌, କ୍ଲିୟରଟ୍ରିପ ହୋଟେଲ ବୁକିଙ୍ଗ୍ ଉପରେ ଅତିରିକ୍ତ ଅଫର, ୪୮ ଘଂଟା ମଧ୍ୟରେ ରିଟର୍ଣ୍ଣ ପିକ୍‌ଅପ ଓ ସପିଙ୍ଗ ଫେଷ୍ଟିଭାଲଗୁଡିକ ପାଇଁ ନିଶ୍ଚିତ ପ୍ରାରମ୍ଭିକ ପହଂଚ ସମେତ ଅନେକ ସ୍ୱତନ୍ତ୍ର ଲାଭ ପ୍ରଦାନ କରୁଛି । ୪୯୯ ଟଙ୍କାର ଏକ ବାର୍ଷିକ ମେମ୍ବରସିପ ଫି’ ସହିତ ଭିଆଇପି ପ୍ରୋଗ୍ରାମକୁ ଅପ୍‌ଗ୍ରେଡ ହୋଇ ଗ୍ରାହକମାନେ ସମୃଦ୍ଧ ରିୱାର୍ଡ ପାଇପାରିବେ ଯାହା ସେମାନଙ୍କୁ ଫ୍ଲିପ୍‌କାର୍ଟରେ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ କରିବ । ପ୍ରତ୍ୟେକ ଗ୍ରୋସରୀ ଅର୍ଡର ଉପରେ ସଂଚୟ ହାସଲ କରିବା ପାଇଁ ସମସ୍ତ ନୂଆ ଭିଆଇପି ଗ୍ରାହକଙ୍କ ପାଇଁ ଏଠାରେ ଏକ ସୀମିତ ଅବଧି ଅଫର୍ ରହିଛି । ଫ୍ଲିପ୍‌କାର୍ଟର ଲୟାଲ୍‌ଟି ପ୍ରୋଗ୍ରାମ (ଫ୍ଲିପ୍‌କାର୍ଟ ପ୍ଲସ ଓ ପ୍ଲସ୍ ପ୍ରିମିୟମ) ଲାଭ ମଧ୍ୟ ଗ୍ରାହକଙ୍କ ଲାଗି ଜାରି ରହିବ ଯାହାକି ଉକ୍ତ ପ୍ରୋଗ୍ରାମର ଏକ ଅଂଶ ଅଟେ ।

ଫ୍ଲିପ୍‌କାର୍ଟ ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମର ଶୁଭାରମ୍ଭ ସମ୍ପର୍କରେ ଫ୍ଲିପ୍‌କାର୍ଟର ଗ୍ରୋଥ୍‌, କଷ୍ଟମର ଓ ଆଡ୍‌ସ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ପ୍ରଭ ସିଂହ କହିଛନ୍ତି, “୪ଟି ସହରରେ ଏହି ପ୍ରୋଗ୍ରାମର ସଫଳତା ପରିଲକ୍ଷିତ କରିବା ପରେ ଆମେ ଭୁବନେଶ୍ୱର ସହରରେ ଫ୍ଲିପ୍‌କାର୍ଟ ଭିଆଇପି ପ୍ରୋଗ୍ରାମର ଶୁଭାରମ୍ଭ ଘୋଷଣା କରି ଉତ୍ସାହିତ ରହିଛୁ । ଏହି ପ୍ରୋଗ୍ରାମ ସୁବିଧା, ମୂଲ୍ୟବୋଧ ଓ ଗ୍ରାହକଙ୍କ ଖୁସି କ୍ଷେତ୍ରରେ ଫ୍ଲିପ୍‌କାର୍ଟର ସର୍ବୋତମତା ପ୍ରଦାନ କରୁଛି ।” ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ସପ୍ଲାଇ ଚେନ୍ ଓ କଷ୍ଟମର ଏକ୍ସପେରିଏନ୍ସ ବିଭାଗର ମୁଖ୍ୟ ଓ ବରିଷ୍ଠ ଉପାଧ୍ୟକ୍ଷ ହେମନ୍ତ ବଦ୍ରୀ କହିଛନ୍ତି, “ଆମେ ଲକ୍ଷ ଲକ୍ଷ ନୂଆ ଗ୍ରାହକଙ୍କ ପାଇଁ ଫ୍ଲିପ୍‌କାର୍ଟ ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମର ଶୁଭାରମ୍ଭ କରି ଆନନ୍ଦିତ । ଫ୍ଲିପ୍‌କାର୍ଟର ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମ ଲକ୍ଷ ଲକ୍ଷ ଉତ୍ପାଦ ଉପରେ ୪୮ ଘଂଟାର ମାଗଣା ଡେଲିଭରି, ସୁପରକଏନର ବ୍ୟବହାର କରି ଅତିରିକ୍ତ ସଂଚୟ, ଏକ ଡେଡିକେଟେଡ କଷ୍ଟମର ସପୋର୍ଟ ଟିମ୍ ପାଇଁ ତତ୍କାଳ ପହଂଚ ଓ ସର୍ବୋତମ ସପିଂ ଫେଷ୍ଟିଭାଲଗୁଡିକ ପାଇଁ ପ୍ରାରମ୍ଭିକ ପହଂଚ ଭଳି ଅଫରିଙ୍ଗଗୁଡିକ ମାଧ୍ୟମରେ ଏକ ଭିନ୍ନ ଗ୍ରାହକ ଅନୁଭୂତି ଦେଉଛି । ଆମେ ନିଶ୍ଚିତ ଯେ, ଏହି ପଦକ୍ଷେପ ଦେଶବ୍ୟାପୀ ସପରଙ୍କ ପାଇଁ ପସନ୍ଦର ଗନ୍ତବ୍ୟସ୍ଥଳୀ ଭାବେ ଫ୍ଲିପ୍‌କାର୍ଟର ସ୍ଥିତିକୁ ସୁଦୃଢ କରିବ ।”

ଫ୍ଲିପ୍‌କାର୍ଟ ଭିଆଇପି ସବ୍‌ସ୍କ୍ରିପଶନ ପ୍ରୋଗ୍ରାମରେ ସାମିଲ ହେବା ପାଇଁ ଫ୍ଲିପ୍‌କାର୍ଟ ୱେବସାଇଟ କିମ୍ବା ଆପ୍‌କୁ ଭିଜିଟ କରନ୍ତୁ । ନିଜର ପରିଚୟ ପତ୍ରର ବ୍ୟବହାର କରି ନିଜ ଆକାଉଂଟରେ ଲଗ୍‌ଇନ କରନ୍ତୁ । ଯଦି ଆପଣ ପ୍ଲାଟ୍‌ଫର୍ମରେ ନୂଆ ଅଟନ୍ତି ତେବେ ଆପଣଙ୍କୁ ନିଜର ସବିଶେଷ ତଥ୍ୟ ପ୍ରଦାନ କରି ଏକ ଆକାଉଂଟ୍ ସୃଷ୍ଟି କରିବାକୁ ପଡିବ । ଭିଆଇପି ଲ୍ୟାଣ୍ଡିଙ୍ଗ ପେଜ୍‌କୁ ସ୍କ୍ରୋଲ କରନ୍ତୁ ଏବଂ ‘ଗେଟ୍ ଭିଆଇପି ବେନିଫିଟ୍‌ସ’ ବଟନ ଉପରେ ଟ୍ୟାପ କରନ୍ତୁ । ପେମେଂଟ୍‌କୁ ଯିବା ପାଇଁ ‘କଂଟିନ୍ୟୁ’ ଉପରେ କ୍ଲିକ କରନ୍ତୁ ଏବଂ ପ୍ରକ୍ରିୟାକୁ ଚୂଡାନ୍ତ କରନ୍ତୁ । ନିଜ ପସନ୍ଦର ମୋଡ୍ ମାଧ୍ୟମରେ ପେମେଂଟ ବିବରଣୀ ଦାଖଲ କରନ୍ତୁ ଏବଂ ଅର୍ଡର କନ୍‌ଫର୍ମ ବା ନିଶ୍ଚିତ କରନ୍ତୁ । ସଫଳ ଭାବେ ଅନ୍ତର୍ଭୁକ୍ତ ହେବା ପରେ ଆପଣ ୱେବ୍‌ସାଇଟ କିମ୍ବା ଆପ୍‌ରେ ଏକ କନ୍‌ଫର୍ମେଶନ ମେସେଜ ପାଇବେ ।

Comments are closed, but trackbacks and pingbacks are open.