ଭୁବନେଶ୍ୱର : ଭାରତର ଅଗ୍ରଣୀ ଇକମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ଦୁଇଚକିଆ ଯାନର ସପିଙ୍ଗ୍ ଅନୁଭୂତିକୁ ପୁନଃବ୍ୟାଖ୍ୟା କରି ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହୋଇଛି । ଏହି ମାର୍କେଟପ୍ଲେସ ପ୍ଲାଟ୍ଫର୍ମ ହିରୋ, ବଜାଜ, ଟିଭିଏସ୍, ଓଲା, ଚେତକ, ଜାୱା, ୟେଜ୍ଦି, ବିଡା, ଆଥର ଭଳି ଅଗ୍ରଣୀ ବ୍ରାଣ୍ଡଗୁଡିକରୁ ପେଟ୍ରୋଲ ଓ ଇଲେକ୍ଟ୍ରିକ ଦୁଇଚକିଆ ଯାନଗୁଡିକର ଏକ ବିବିଧ ମିଶ୍ରଣ ପ୍ରଦାନ କରୁଛି । ୭୦୦ରୁ ଅଧିକ ସହରରେ ୧୨୦୦୦ରୁ ଅଧିକ ପିନ୍କୋଡକୁ କଭର କରୁଥିବା ଏକ ବିସ୍ତୃତ ପହଂଚ ସହିତ ଫ୍ଲିପ୍କାର୍ଟ ଦେଶବ୍ୟାପୀ ଗ୍ରାହକଙ୍କୁ ଅତୁଳନୀୟ ସୁବିଧା, ସୁଲଭତା ଓ ନିର୍ଭରଶୀଳତା ପ୍ରଦାନ କରୁଛି । ଗ୍ରାହକମାନେ ଫ୍ଲିପ୍କାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଉପରେ ୫% ଅସୀମିତ କ୍ୟାଶବ୍ୟାକ ସମେତ ସୁଲଭ ଋଣ ବିକଳ୍ପ, ଅଗ୍ରଣୀ ବ୍ୟାଙ୍କଗୁଡିକରୁ ସ୍ୱତନ୍ତ୍ର ଡିଲ୍ ଓ ସୁପର୍କଏନ ମାଧ୍ୟମରେ ଲୟାଲ୍ଟି ଲାଭରୁ ଲାଭାନ୍ୱିତ ହୋଇପାରିବେ, ଯାହା ଏହି ପ୍ରକ୍ରିୟାକୁ ଅଧିକ ପୁରସ୍କୃତ କରୁଛି । ଏସମ୍ପର୍କରେ ଫ୍ଲିପ୍କାର୍ଟରେ ଇଲେକ୍ଟ୍ରୋନିକ୍ସ ବିଭାଗର ଉପାଧ୍ୟକ୍ଷ ଜଗଜିତ ହାରୋଡେ କହିଛନ୍ତି, “ଫ୍ଲିପ୍କାର୍ଟରେ ଆମେ ଆମର ଗ୍ରାହକଙ୍କ ପାଇଁ ଦୁଇଚକିଆ ଯାନର ସପିଙ୍ଗ ଅନୁଭୂତିକୁ ରୂପାନ୍ତର କରିବା ପାଇଁ ଉତ୍ସର୍ଗୀକୃତ ରହିଛୁ । ଆମର ଲକ୍ଷ୍ୟ ହେଉଛି ଅତୁଳନୀୟ ସୁବିଧା ଓ ସ୍ୱଚ୍ଛତା ପ୍ରଦାନ କରିବା ଯାହା ସହରରେ ହେଉ କିମ୍ବା ଅର୍ଦ୍ଧସହରାଂଚଳରେ ପ୍ରତ୍ୟେକ ଗ୍ରାହକ ସହଜରେ ଉପଯୁକ୍ତ ଦୁଇଚକିଆ ଯାନ ସନ୍ଧାନ ଓ କ୍ରୟ କରିପାରିବେ ବୋଲି ସୁନିଶ୍ଚିତ କରୁଛି । ଆମର ରେଞ୍ଜ ଉଭୟ ପେଟ୍ରୋଲ ଓ ଇଲେକ୍ଟ୍ରିକ ଦୁଇଚକିଆ ଯାନ ଉତ୍ସାହୀଙ୍କ ଆବଶ୍ୟକତାକୁ ପୂରଣ କରୁଛି । ଆମେ ଆମର ଗ୍ରାହକଙ୍କୁ ଆତ୍ମବିଶ୍ୱାସର ସହ ସୂଚିନ୍ତିତ ନିଷ୍ପତି ନେବା ପାଇଁ ସଶକ୍ତ କରୁଥିବା ଅଭିନବ ଫିଚରଗୁଡିକର ଶୁଭାରମ୍ଭ କରିଛୁ । ସୁଲଭତା, ବିଶ୍ୱସନୀୟତା ଓ ଏକ ବିସ୍ତୃତ ଚୟନ ମାଧ୍ୟମରେ ଚମତ୍କାର ମୂଲ୍ୟ ପ୍ରଦାନ କରି ଫ୍ଲିପ୍କାର୍ଟ ଦୁଇଚକିଆ ଯାନ କ୍ରୟ କରୁଥିବା ଗ୍ରାହକଙ୍କ ପାଇଁ ଉତ୍କୃଷ୍ଟ ଗନ୍ତବ୍ୟସ୍ଥଳୀ ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛି ।”
ଫ୍ଲିପ୍କାର୍ଟରେ କ୍ୟାଟାଗୋରୀ ଏକ୍ସପେରିଏନ୍ସେସ ପ୍ରଡକ୍ଟ ବିଭାଗର ମୁଖ୍ୟ ରବି କ୍ରିଷ୍ଣନ କହିଛନ୍ତି, “ଆମର ପ୍ଲାଟ୍ଫର୍ମ ଗୋଟିଏ ସ୍ଥାନରେ ବୀମା ଓ ପଞ୍ଜୀକରଣ ସମେତ ବିସ୍ତୃତ ଓ ଉପଭୋକ୍ତା ଅନୁକୂଳ ଅନ୍-ରୋଡ୍ ମୂଲ୍ୟ ପ୍ରଦାନ କରୁଛି । ଗ୍ରାହକମାନେ ନିଜ ଘରର ଆରାମରୁ ବୀମା, ପଞ୍ଜୀକରଣ ଓ ଋଣ ଆଦି ସମଗ୍ର କ୍ରୟ ପ୍ରକ୍ରିୟାଗୁଡିକୁ ସମ୍ପୂର୍ଣ୍ଣ କରିପାରିବେ ଯାହାକି ଏକ୍ସପର୍ଟ ଅଡିଓ/ଭିଡିଓ ମାର୍ଗଦର୍ଶନ ଦ୍ୱାରା ସମର୍ଥିତ । ଏହାଛଡା ୩ଡି ଓ ଅଗ୍ମେଂଟେଡ ରିୟଲିଟି ଭଳି ଆଡ୍ଭାନ୍ସଡ ଫିଚରଗୁଡିକ ଗ୍ରାହକଙ୍କୁ ନିଜ ପରିବେଶରେ ଦୁଇଚକିଆ ଯାନଗୁଡିକୁ ଦେଖିବାକୁ ସକ୍ଷମ କରିବ ଯାହା ଏକ ଅଧିକ ସୂଚିନ୍ତିତ ଓ ଉନ୍ନତ ସପିଂ ଅନୁଭୂତି ସୁନିଶ୍ଚିତ କରିଥାଏ ।” ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ମାସରେ ଫ୍ଲିପ୍କାର୍ଟରେ ଦୁଇଚକିଆ ଯାନଗୁଡିକ ପାଇଁ ଚାହିଦା ୬ ଗୁଣ ବୃଦ୍ଧି ପାଇଛି । କମ୍ୟୁଟର, ସ୍କୁଟର ଓ ବିଶେଷ କରି ଇଲେକ୍ଟ୍ରିକ ସେଗ୍ମେଂଟ୍ରେ ପ୍ରିମିୟମ ଟୁହ୍ୱିଲର ପାଇଁ ଅଭିବୃଦ୍ଧି ଯଥେଷ୍ଟ ବୃଦ୍ଧି ପାଉଛି । ଏଂଟ୍ରି-ଲେଭେଲ ବାଇକ୍ଠାରୁ ଆରମ୍ଭ କରି ହାଇ-ଏଣ୍ଡ୍ ଇଲେକ୍ଟ୍ରିକ ସ୍କୁଟରଗୁଡିକ ପର୍ଯ୍ୟନ୍ତ ଫ୍ଲିପ୍କାର୍ଟ ଭାରତୀୟ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ଏବଂ ଦୁଇଚକିଆ ଯାନ ବଜାରରେ ଅଭିବୃଦ୍ଧିକୁ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ ରହିଛି । ଫ୍ଲିପ୍କାର୍ଟର ବିବିଧ ପୋର୍ଟଫୋଲିଓ ଏକ ବିସ୍ତୃତ ରେଞ୍ଜର ଦୁଇଚକିଆ ଯାନ ପ୍ରଦାନ କରୁଛି ଯାହା ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରୁଛି । ଏଥିରେ ଲୋକପ୍ରିୟ ବ୍ରାଣ୍ଡଗୁଡିକର କମ୍ୟୁଟର ବାଇକ୍, ପ୍ରିମିୟମ ସ୍ପୋର୍ଟସ ବାଇକ୍ ଓ ସ୍କୁଟର ଭଳି ପେଟ୍ରୋଲ ଟୁହ୍ୱିଲର୍ ସାମିଲ ରହିଛି । ସ୍ଥାୟୀ ବିକଳ୍ପ ସନ୍ଧାନ କରୁଥିବା ଗ୍ରାହକଙ୍କ ପାଇଁ ଫ୍ଲି୍ପକାର୍ଟରେ ଅଗ୍ରଣୀ ବ୍ରାଣ୍ଡଗୁଡିକରୁ ଲାଇସେନ୍ସ ଓ ପଞ୍ଜୀକରଣ ଆବଶ୍ୟକ କରୁନଥିବା ଲୋ-ସ୍ପିଡ ମଡେଲଗୁଡିକଠାରୁ ଆରମ୍ଭ କରି ହାଇସ୍ପିଡ ବିକଳ୍ପ ପର୍ଯ୍ୟନ୍ତ, ଇଲେକ୍ଟ୍ରିକ ଦୁଇଚକିଆ ଯାନଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଉପଲବ୍ଧ ରହିଛି ।
Comments are closed, but trackbacks and pingbacks are open.