ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ
ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ ସାବ୍ୟସ୍ତ କରିବା ଲାଗି ସରକାରୀ କର୍ମଚାରୀ ଏବଂ ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ । ଏନେଇ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହି ଛୁଟି ପାଇବା ପାଇଁ କର୍ମଚାରୀଙ୍କୁ ଆବେଦନ କରିବାକୁ
ପଡିବ ଏବଂ ମତଦାନ ଦିବସ ସହ ଏହାର ପୂର୍ବ ଓ ପରଦିନକୁ ସ୍ୱତନ୍ତ୍ର ଛୁଟି ଦିଆଯିବ ।

ସହିତ ନିର୍ବାଚନ ଆଯୁକ୍ତ ବିଚାର କରିବା ପରେ ଖର୍ଚ୍ଚସୀମାକୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତରେ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଆଜି ଭୋଟର ତାଲିକା ପ୍ରକାଶ କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ।