ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶ୍ରେଣୀଗୃହରେ ପାରମ୍ପରିକ ପଦ୍ଧତିରେ ଅନୁଷ୍ଠିତ ହେବ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେଉଁ ସମୟରେ ପରୀକ୍ଷା ହେବା କଥା, ଠିକ୍ ସମୟରେ ପରୀକ୍ଷା ଶ୍ରେଣୀ ଗୃହରେ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଗତ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି । ଆସନ୍ତା ୧୪ ତାରିଖରୁ କେଜିରୁ ସପ୍ତମଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିବ ।
ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ।