ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ ପୀଠରେ ମା’ଙ୍କର ମହାନବମୀ ପୂଜା କରାଯାଇଛି ।
ଦୁର୍ଗାପୂଜା ପାଇଁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଲାଣି । ଗତକାଲି ସପ୍ତମୀ ପୂଜାରେ ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ପୂଜା ମେଢ଼ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍ ବାରି
ହୋଇପଡ଼ିଥିଲା । ପ୍ରସିଦ୍ଧ କଟକ ସହରର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କରସୁନା, ଚାନ୍ଦି ଆଭୂଷଣ ସହ ମେଢ଼ ବେଶ୍ ମନୋରମ ହୋଇଛି । ସହରର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଶଙ୍ଖ, ହୁଳହୁଳି ଓ ଘଣ୍ଟବାଦ୍ୟରେ ପ୍ରକମ୍ପିତ
ହେଉଛି ।
ମହାଷ୍ଟମୀରେ ସନ୍ଧିପୂଜା ସହିତ ମହାନବମୀର କେତେକ ପୂଜା କମିଟି ପକ୍ଷରୁ ମା’ଙ୍କ ନିକଟରେ ମାଛଭୋଗ କରାଯିବାକୁ ଥିବା ବେଳେ ବିଜୟା ଦଶମୀରେ ଦହିପଖାଳ ଭୋଗ ହେବାର ପରମ୍ପରା ରହିଛି । ବଙ୍ଗୀୟ
ମତରେ ପୂଜା ହେଉଥିବା କେତେକ ପୂଜା ମଣ୍ଡପରେ ସିନ୍ଦୁର ଖେଳ ଅନୁଷ୍ଠିତ ହେବ ।
ଅପରପକ୍ଷରେ ପୂଜା ଆରମ୍ଭରୁ ଭିଡ଼କୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସହରର ପ୍ରତି ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ତେବେ ଚଳିତ ଦୁର୍ଗାପୂଜାରେ କଟକ-ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି । ପୁଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ଏହା ରାତି ୧୦ଟା
ପର୍ଯ୍ୟନ୍ତ ସୀମିତ ଥିଲା । ତେବେ ଭସାଣି ସମୟରେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନକରିବାକୁ ପୁଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । 1କଟକ ଏବଂ ଭୁବନେଶ୍ୱରରେ ଚଳିତବର୍ଷ ୧୮୯ଟି ମେଢ଼ ହୋଇଛି ।
Sign in
Sign in
Recover your password.
A password will be e-mailed to you.