ସାରା ଭାରତର ପୁର ପଲ୍ଲୀରେ ରାଧାଗୋବିନ୍ଦଙ୍କର ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫାଲଗୁନ ପୂର୍ଣ୍ଣି୍ମା ବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୋଳତ୍ସୋବ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ନିକଟରେ ଥିବା ଦୋଳବେଦୀରେ ମହାସମାରୋହରେ ଦୋଳତ୍ସୋବ ପାଳିତ ହୋଇଥାଏ ।
ଫଗୁଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀ ବିଗ୍ରହମାନଙ୍କର ଚାଚେରୀ ବେଶ ଅନୁଷ୍ଠତ ହୋଇଥାଏ । ଚାଚେରୀ ବେଶରେ ଶ୍ରୀ ବିଗ୍ରହମାନେ ଗିଳି ମାଳି, ତାବିଜମାଳି, ପଦ୍ମମାଳି, ହରଡ ମାଳି, କୁଣ୍ଡଳ ଓ ମସ୍ତକ ଶୀର୍ଷରେ ଚନ୍ଦ୍ରିକା ,ଅଣ୍ଟାରେ ଅଣ୍ଟା ପାଟି ଓ ଓଡିଆଣୀ ଅଳଙ୍କାର ପରିଧାନ କରି ଥାଆନ୍ତି ।
ସନ୍ଧ୍ୟାଧୂପ ପରେ ଚାଚେରୀ ବେଶ ଓହ୍ଲାଇ ଦିଆଯାଏ । ଏହି ସମୟରେ ସ୍ୱତନ୍ତ୍ର ଚାଚେରୀ ଭୋଗ କରାଯାଇଥାଏ । ଚାଚେରୀ ଭୋଗରେ ସାନ ଆରିସା , ବଡ ଆରିସାସ ଧଉଳା, ଘିନାଡି, ମରିଚି ନଡୁ, ଖୁରୀ ଆଦି ଭୋଗଲାଗିଥାଏ । ଦୋଳ ପୂର୍ଣ୍ଣମୀରେ ଚଳନ୍ତି ପ୍ରତିମା ଦୋଳବେଦୀରେ ଫଗୁ ଖେଳିଥାଆନ୍ତି । ଭକ୍ତମାନେ ବି ଏଥିରେ ଅତି ଶ୍ରଦ୍ଧାର ସହ ସାମିଲ ହୁଅନ୍ତ । ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ପ୍ରସିଦ୍ଧ ଯାତ୍ରା । ପୂର୍ଣ୍ଣିମାରେ ରାଜାବେଶ ବି ଅନୁଷ୍ଠିତ ହୁଏ ।