ପବିତ୍ର ଦୋଳ ଉତ୍ସବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫଗୁଖେଳ ଓ ଦୋଳ ମେଳଣ ଅନୁଷ୍ଠିତ ହେଉଛି । ଶ୍ରୀ ରାଧାକୃଷ୍ଣ ସୁସଜ୍ଜିତ ବିମାନରେ ବିରାଜମାନ ହୋଇ ଘରଘର ବୁଲି ଭୋଗ ଖାଇବା ସହ ମେଳଣ ପଡ଼ିଆରେ ବିଭିନ୍ନ ସ୍ଥାନରୁ ଆସିଥିବା ବିମାନର ମେଳଣ ହୋଇଥାଏ ।
ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ପ୍ରାୟ ୧୦ଟା ସୁଦ୍ଧା ସେବାୟତମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିମତେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି ।
ପଢନ୍ତୁ-ବ୍ୟବସାୟରେ ଉନ୍ନତି ପାଇଁ ଆପଣ କରିବେ ଏହି କାମ
ରାତି ପ୍ରାୟ ସାଢେ ୧୦ଟା ବେଳକୁ ବେଶ ଓଲାଗି ହେବାପରେ ଅନ୍ୟାନ୍ୟ ନୀତି ହୋଇଥିବା ବୋଲି ସୂଚନା ମିଳିଛି । ଏହାଛଡା ସେବାୟତମାନେ
ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ବିମାନରେ ନେଇ ଦୋଳବେଦୀରେ ଦିଅଁମାନଙ୍କୁ ଦୋଳିରେ ବିଜେ କରାଇଥିଲେ ।
ସେଠାରେ ଶ୍ରୀଜୀଉଙ୍କ ଫଗୁ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପାରମ୍ପରୀକ ରୀତିମତେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ଦୋଳବେଦୀ ଉପରେ ନୂତନ ପଞ୍ଜିକା ପାଠ କରାଯାଇଥିଲା ।
ପବିତ୍ର ହୋଲି ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ପର୍ବ ରାଜ୍ୟତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କ ଜୀବନରେ ସୁଖ , ଶାନ୍ତି ଓ ଆନନ୍ଦ ଭରିଦେଉ ବୋଲି ସେ କାମନା କରିଛନ୍ତି ।