ଅନ୍ୟ ଧର୍ମରେ ଦୀପାବଳିର ମହତ୍ତ୍ୱ
ଜୈନ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ ଦିନ: ଜୈନ ଧର୍ମରେ ଦିପାବଳୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ଆଧୁନିକ ଜୈନ ଧର୍ମ ସ୍ଥାପନ ହୋଇଥିଲା । ଏହା ସହ ଦିପାବଳୀ ଦିନ ଜୈନିକ ଧର୍ମର ନିର୍ବାଣ ବା ମୋକ୍ଷ ପ୍ରାପ୍ତି ଲାଭ ହୋଇଥିଲା।
ଆର୍ୟ ସମାଜ: ଆର୍ୟ ସମାଜ ସ୍ଥାପକ ମହର୍ଷି ଦୟାନନ୍ଦ ଭାରତୀୟ ସଂସ୍କୃତିର ମହାନ ଜନନାୟକ ଭାବରେ ଦିପାବଳୀ ଦିନ ଆଜମେର ନିକଟରେ ଦେହତ୍ୟାଗ କରିଥିଲେ ।
ଏହା ବ୍ୟତିତ ମୋଗଲ ସମ୍ରାଟ ଆକବରଙ୍କ ଶାସନକାଳ ସମୟରେ ଦୌଲତଖାନ ସମ୍ମୁଖରେ ୧୨୦ ଫୁଟ୍ ଉଚ୍ଚ ବିଶିଷ୍ଟ ଏକ ବାଉଁଶରେ ବଡ ଦୀପ ଜଳାଇ ଟଙ୍ଗାଯାଏ । ଦ୍ବିତୀୟ ଶାହ ଆଲମଙ୍କ ସମୟରେ ସମସ୍ତେ ଘର ଦୀପରେ ସଜାଯାଏ । ଏହି ଅବସରରେ ହିନ୍ଦୁ ଓ ମୁସଲମାନ ଆନନ୍ଦର ସହ ଏହି ପର୍ବ ପାଳନ କରିଥାଆନ୍ତି ।
ଐତିହାସିକ ତଥ୍ୟ ଅନୁଯାୟୀ ଖ୍ରୀଷ୍ଟ ପୂର୍ବ ୫୦୦ ବର୍ଷ ପୂର୍ବେ ମହେଞ୍ଜୋଦାର ସଭ୍ୟତା ସମୟରେ ମାଟି ମୂର୍ତ୍ତିରେ ଦେବୀଙ୍କ ଦୁଇ ହାତରେ ଦୀପ ଜଳୁଥିବା ଦେଖାଯାଇଛି । ସେ ସମୟରେ ଦିପାବଳୀ ପର୍ବ ପାଳନ କରାଯାଏ